ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିର ବାସ୍ନା ସାହିତ୍ୟ ସଂସଦ ପକ୍ଷରୁ ଏକ ଆଲୋଚନାଚକ୍ର ସହିତ କବିତା ଆସର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ

ମାଟିର ବାସ୍ନା ସାହିତ୍ୟ ସଂସଦ ପକ୍ଷରୁ ଏକ ଆଲୋଚନାଚକ୍ର ସହିତ କବିତା ଆସର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ

ରାଉରକେଲା : ମାଟିର ବାସ୍ନା ସାହିତ୍ୟ ସଂସଦଏକ ଆଲୋଚନାଚକ୍ର ସହିତ କବିତା ଆସର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ଭଦ୍ରକ ଓଡ଼ିଶା ତରଫରୁ ଏକ ଆଲୋଚନାଚକ୍ର ସହିତ କବିତା ଆସର ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର  ସଭାପତି ରାଖାଲ ଚନ୍ଦ୍ର ସ୍ଵାଇଁ ଙ୍କ ସଭାପତିତ୍ବ,ସମ୍ପାଦିକା ସରସ୍ଵତୀ ବାରିକଙ୍କ ଆବାହକତ୍ୱ ଓ ନୂଆପଡ଼ା ର କବି ଅଜିତ କୁମାର ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ସୁସ୍ଥ ସମାଜ ଗଠନରେ କବିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ରାଉତ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ବିଭିନ୍ନ କବିଙ୍କ କବିତା କିପରି ଆମ ସାମାଜିକ ଜୀବନକୁ ଉଦବୁଦ୍ଧ କରିଛି ତଥା ଏକ ସୁସ୍ଥ ସମାଜ ଗଠନରେ କିପରି ସହାୟକ ହୋଇଛି,ସେ ସମ୍ପର୍କରେ ବିଭିନ୍ନ ତଥ୍ୟ ଭିତ୍ତିକ ଉଦାହରଣ ଦେଇ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କବିମାନଙ୍କୁ ନୀରବ ସୈନିକ ରୂପେ ଅବହିତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପୁରୀ ର କବୀ ସ୍ବର୍ଣ୍ଣଲତା ପତିଙ୍କ ସୁସଂଯୋଜନାରେ ହରିଦ୍ଵାର ରୁ ବିଜୟଶ୍ରୀ ନାଥ, ବଲାଙ୍ଗୀର ରୁ ପୂର୍ଣ୍ଣଚନ୍ଦ୍ର ମେହେର, ନୂଆପଡ଼ା ରୁ ଅଜିତ କୁମାର ପାଢ଼ୀ, ସମ୍ବଲପୁରରୁ ନିତ୍ୟାନନ୍ଦ ଖମାରୀ, ପୁରୀ ରୁ ସ୍ବର୍ଣ୍ଣକାନ୍ତି ପତି,କଟକରୁ ଉର୍ମିଳା ଦାସ, ବାସୁଦେବପୁର ରୁ ଗୀତା ମହାନ୍ତି, ଭଦ୍ରକ ରୁ ସରସ୍ଵତୀ ବାରିକ,ବଲାଙ୍ଗୀର ରୁ ନାରାୟଣ ଦଣ୍ଡସେନା ଓ ସତ୍ୟନାରାୟଣ ମିଶ୍ର, ରାଉରକେଲା ରୁ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ସ୍ବରଚିତ କବିତାମାନ ପାଠ କରିଥିଲେ। ପ୍ରାରମ୍ଭରେ ନାରାୟଣ ଦଣ୍ଡସେନା ସ୍ବାଗତ ସଂଗୀତ ପରିବେଷଣ କରିଥିଲାବେଳେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ପାଦିକା ଶ୍ରୀମତୀ ବାରିକ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ସୋମନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା 

Sunil Chandra Nayak

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ 

Sunil Chandra Nayak

A five day workshop on Enhancing Digital Literacy of School Teachers towards Women Empowerment 

Leave a Comment

error: Content is protected !!