ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଆସିକା ,୧୧/୩/୨୫ // ଧରାକୋଟ ସ୍ଥିତ ବଡ଼ଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହେ ସହ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସାକମ୍ବରି ଆଚାରି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ସିମାଞ୍ଚଳ ବେହେରା,ଶିକ୍ଷାବିତ ଲିଙ୍ଗରାଜ ପଣ୍ଡା,ଶିକ୍ଷକ ଭାସ୍କର ବାଡ଼ ତ୍ୟା, ପି ଟି ଏ ସଭାପତି ରାଜଲକ୍ଷ୍ମୀ ସାହୁ,ଉପ ସଭାପତି ମହେଶ୍ୱର ଗୌଡ଼ , ସମାଜ ସେବୀ ଅଶୋକ ଗୌଡ଼,ଅଙ୍ଗନୱାଡ଼ି କର୍ମୀ ଜୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ବିବରଣୀ ପାଠ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳା ଜ୍ଞାନ, ସମୟାନୁବର୍ତିତା ଓ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷୟତ୍ରୀ ମିନତି ପତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

 

Related posts

ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ଅଗ୍ନୀ ଗଙ୍ଗା ମାଙ୍କ ହୁଣ୍ଡିରୁ ବାହାରିଲା ୨୪ ଲକ୍ଷ ୨୧ ହଜାର ୮୮୯ ଟଙ୍କା

masiha

Leave a Comment

error: Content is protected !!