ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚାରି ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଚାରି ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଆସିକା ,୧୧/୩/୨୫ // ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ଅନ୍ତର୍ଗତ ପଙ୍କଳବାଡି ଗ୍ରାମରେ ନୂତନ ହନୁମାନ ବିଗ୍ରହ, ଚଣ୍ଡୀ ମନ୍ଦିର, ଗ୍ରମାଦେବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ସାତଦିନ ଧରି ପାଳନ ହୋଇଯାଇଛି । ଗତ ପାଞ୍ଚ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ସରପଞ୍ଚ ପ୍ରତିନିଧି ସଞ୍ଜୟ ପାତ୍ର, ସମାଜ ସେବୀ ଦିଲିପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଆରମ୍ଭରୁ ଦୀକ୍ଷା ଗ୍ରହଣ, ଜଳ ଯାତ୍ରା, ଅଙ୍କୁରା ରୋପଣ,ନାମ ଆରମ୍ଭ, ସାଲା ପୂଜା, ସୂର୍ଯ୍ୟ ପୂଜା, ବ୍ରାହ୍ମଣ ବରଣ,କର୍ମ ଆରମ୍ଭ,ଦେବତା ଦେବାଳୟ ଅଧିବାସ,ଅଗ୍ନି ସ୍ଥାପନ,ସିଂହାସନ ଦେବତା ମହାସ୍ନାନ,ଦେବାଳୟ ପ୍ରତିଷ୍ଠା,ପ୍ରାଣ ପ୍ରତିଷ୍ଠା,ନଗର ଭ୍ରମଣ ଓ ସିଂହାସନ ଆରୋହଣ ପରେ ଧ୍ଵଜ ଚକ୍ର ତ୍ରିଶୂଳ ସ୍ଥାପନ କରି ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ପଙ୍କଳବାଡି ଗ୍ରାମବାସୀ ଏହି ଉତ୍ସବରେ ସହଯୋଗ ପ୍ରଦାନ କରିଥିବା ବେଳେ ଧରାକୋଟ ପୋଲିସ ତରଫରୁ ଆଇନ ଶୃଙ୍ଖଳା କାର୍ଯ୍ୟ ସୁଚାରୁ ରୁପେ ପାଳନ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବ ରେ ଅଞ୍ଚଳର ହଜାର ହଜାର ଲୋକ ଯୋଗ ଦେଇଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

ବିଭିନ୍ନ ଶୈବ ପୀଠରେ ନାଗବମ୍ ଭକ୍ତଙ୍କ ଭିଡ

masiha

ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ…

Sunil Chandra Nayak

Leave a Comment

error: Content is protected !!