ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା 

ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା 

ନବରଙ୍ଗପୁର :(୫|୩)(ରବି ନାରାୟଣ ମହାନ୍ତି)ଫାଲଗୁନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ଗୁରୁବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କର ଜନ୍ମବେଦୀ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି । ୩ ତାରିଖ ଗୁରୁବାର ଠାରୁ ୪ ଦିନ ବ୍ୟାପୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ସୋମ‌ବାର ଜଳଯାତ୍ରା, ଅଙ୍କୁରାରୋପଣ ।ମଙ୍ଗଳବାର କର୍ମାରମ୍ଭ, ଘଟମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ।ବୁଧବାର ସୂର୍ଯ୍ୟପୂଜା ମହାସ୍ନାନ, ବିଗ୍ରହମାନଙ୍କର ନ୍ୟାସ ଏବଂ ପ୍ରାସାଦ ନ୍ୟାସ, ଯଜ୍ଞକର୍ମ। ଗୁରୁବାର ପୂର୍ବାହ୍ନ ପୀଠ ପ୍ରତିଷ୍ଠା , ଶ୍ରୀ ରାମ ଲକ୍ଷ୍ମଣ ସୀତା ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ରାଧା କୃଷ୍ଣ ପ୍ରତିମୂର୍ତ୍ତି ମନ୍ଦିର ପ୍ରତିଷ୍ଠା, ୩ ଟି ନୀଳ ଚକ୍ର ସ୍ଥାପନ ଏବଂ ଦଶା ଅବତାର, ଦଶଦିଗ ପାଳ, ନବ ଗ୍ରହ, ଛଅ ଗୋଟି ଦ୍ଵାର ପାଳ ଏଭଳି ୫୨ ସଂଖ୍ୟକ ପାର୍ଶ୍ଵ ଦେବଦେବୀଙ୍କୁ ସ୍ଥାପନ କରାଯିବ। ଏହି ସମସ୍ତ ପୂଜା କାର୍ଯ୍ୟକୁ ପୁରୋହିତ ସରୋଜ ତ୍ରିପାଠୀ ଓ ଶିବ ପ୍ରସାଦ ମିଶ୍ର ସମ୍ପନ୍ନ କରୁଥିବା ବେଳେ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି ମାନସ ରଞ୍ଜନ ଦାସ, ରାମ ରାଜ ତ୍ରୀପାଠୀ, ବିଚିତ୍ର ଶତପଥି, ସତ୍ୟନାରାୟଣ ମିଶ୍ର ପ୍ରମୁଖ ପୁରୋହିତ। କାର୍ଯକ୍ରମ ନବରଙ୍ଗପୁର ତହସିଲଦାର କୈଳାଶ ତ୍ରିପାଠୀଙ୍କ ସମେତ ପୋଲିସ୍ ପ୍ରଶାସନ, ମେଡିକାଲ ଟିମ୍ ସର୍ବୋପରି ଶ୍ରୀ ଗୁଣ୍ଡିଚା ମନ୍ଦିର ପରିଚାଳନା କମିଟର କର୍ମକର୍ତ୍ତା ମାନେ ସହଯୋଗ କରୁଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଜରା ଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରକୁ ପୁନଃ ନିର୍ମାଣ କାର୍ଯ୍ୟରେ ସହରର ବ୍ୟବସାୟୀ ଶ୍ରୀ ଜଗନ୍ନାଥ ଚୌଧୁରୀଙ୍କ ସିଂହ ଭାଗ ଅର୍ଥ ଖର୍ଚ୍ଚ ହୋଇଛି । ଜଗନ୍ନାଥଙ୍କ ପ୍ରେମରେ ଜଗା ହୋଇ ନିଜର କଷ୍ଟ ଅର୍ଜିତ ଧନ ଠାକୁରଙ୍କ ଜନ୍ମ ବେଦୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଇ ଜଗା ଚୌଧୁରୀ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି। ସୂଚନା ଯୋଗ୍ୟ ଯେ,ଏହା ପୂର୍ବରୁ ଗତ ବର୍ଷ ଜାନୁଆରୀ ୩୧ ତାରିଖ ଠାରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ତ୍ରିଦିନାତ୍ମକ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ masiha ନିଉଜ୍ 

Related posts

ଖସିଗୁଡ଼ାରେ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

Sunil Chandra Nayak

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

Sunil Chandra Nayak

ପ୍ରଭୁ ପଶ୍ଚିମେଶ୍ୱରଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ 

Sunil Chandra Nayak

Leave a Comment

error: Content is protected !!