ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମ୍ବଲପୁର ଜନ ଆକ୍ରୋଶ ସମାବେଶ ପୂର୍ବ ରୁ ଯୁବ ଓ ଛାତ୍ର ନେତା ପାଟଣାଗଡ ଥାନା ରେ ଅଟକ 

ସମ୍ବଲପୁର ଜନ ଆକ୍ରୋଶ ସମାବେଶ ପୂର୍ବ ରୁ ଯୁବ ଓ ଛାତ୍ର ନେତା ପାଟଣାଗଡ ଥାନା ରେ ଅଟକ 

ନିଟ ପ୍ରଶ୍ନ ପତ୍ର ଲିକ ଘଟଣା ରେ ସାରା ଦେଶ ରେ କେନ୍ଦ୍ର ସରକାର ବିରୋଧ ରେ ଜନସାଧାରଣ ବିକ୍ଷୋଭ କରିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପରିଚାଳନା କୁ ଦୋଷ ଦିଆଯାଉଛି । ଯାହାକୁ ନେଇ ଆଜି ଧର୍ମେନ୍ଦ୍ର ପ୍ରଧାନ ଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁର ରେ ପ୍ରଦେଶ କଂଗ୍ରେସ ତରଫରୁ ଜନ ଆକ୍ରୋଶ ସମାବେଶ କରି ଛାତ୍ରଛାତ୍ରୀ ଙ୍କ ନ୍ୟାୟ ପାଇଁ ହଜାର ହଜାର ଜନସାଧାରଣ ଙ୍କୁ ସମ୍ବୋଧିତ କରିବାକୁ ସମ୍ବଲପୁର ଆସୁଛନ୍ତି କେନ୍ଦ୍ରୀୟ ଛାତ୍ର ସଂଗଠନ ର ପର୍ଯ୍ଯବେକ୍ଷକ କହ୍ନେୟା କୁମାର । ଆଜି ବଲାଙ୍ଗୀର ଜିଲ୍ଲା ରୁ ଜିଲ୍ଲା ସଭାପତିଙ୍କ ନେତୃତ୍ବ ରେ ଏକ ହଜାର ରୁ ଉର୍ଦ୍ଧ୍ବ ଯୁବକ, ଛାତ୍ର ସହ କଂଗ୍ରେସ କର୍ମୀ ସମ୍ବଲପୁର ଅଭିମୁଖେ ଯାତ୍ରା କରିବା ପୂର୍ବ ରୁ ବିଜେପି ଆକ୍ରୋଶ ମୁଳକ ଚିନ୍ତାଧାରା ରଖି ବଲାଙ୍ଗୀର ପୋଲିସ କୁ ଲଗାଇ କାଯ୍ୟକ୍ରମ କୁ ଭଣ୍ଡୁର କରିବା ପାଇଁ ବିଭିନ୍ନ ସ୍ଥାନ ରେ ଛାତ୍ର ଏବଂ ଯୁବନେତା ମାନଙ୍କୁ ବିନା କାରଣ ରେ ଅଟକ ରଖିଛି । ଏପରିକି ପାଟଣାଗଡ ରେ ଜିଲ୍ଲା ସଭାପତି ଅନୀଲ ମେହେର ଏବଂ ଉପସଭାପତି ଅଜିତ ପୁରୋହିତ ଙ୍କ ବାସଭବନ କୁ ପାଟଣାଗଡ ପୋଲିସ ପହଞ୍ଚିଥିଲେ ହେଁ ସମ୍ବଲପୁର ରେ ଥିବା ରୁ ଅଟକ ରଖି ପାରି ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ପାଟଣାଗଡ ଥାନା ରେ ସମ୍ବଲପୁର ଆସୁଥିବା ଖବର ପାଇ ଜିଲ୍ଲା ସମ୍ପାଦକ ନିଲକାନ୍ତ ବିଶି ଏବଂ ଛାତ୍ରନେତା ନୀଳମଣି ବରିହା ଙ୍କୁ ପାଟଣାଗଡ ଥାନା ରେ ଅଟକ ରଖିଛି ପାଟଣାଗଡ ପୋଲିସ । ଓଡିଶା ପୋଲିସ ଶାସକ ଦଳ ର ଗୁଣ୍ଡା ସାଜି ବିରୋଧି ଦଳ ର ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ କରିବାକୁ ଅପଚେଷ୍ଟା କୁ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ।

Related posts

କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

masiha

ବିଧାୟକ ଟିକେଟ ମିଳିବା ପରେ କୋକସରା ବିଜେଡି ପକ୍ଷରୁ ପୁଷ୍ପେନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!