ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି ଏ ଭି ସ୍କୁଲ ରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

ଡି ଏ ଭି ସ୍କୁଲ ରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

ରାଉରକେଲା: ଆଜି ସେକ୍ଟର ୧୬ ସ୍ଥିତ ଡ଼ିଏଭି ସ୍କୁଲ ରେ ଆୟୋଜିତ ଚିତ୍ରକଳା କ୍ରାପଟ, ସମାଜ ବିଜ୍ଞାନ, ବିଜ୍ଞାନ, ସାହିତ୍ୟ ଓ ଗଣିତ ପ୍ରଦର୍ଶନୀକୁ ବିଶିଷ୍ଟ ଚିତ୍ରାଶିଳ୍ପୀ ତଥା ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ ରମେଶଚନ୍ଦ୍ର ପାତ୍ର ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ପରେ ସମସ୍ତେ ସମବେତ କଣ୍ଠରେ ବେଦମନ୍ତ୍ର ଓ ପ୍ରାର୍ଥନା କରିଥିଲେ l ମୂଲ୍ୟାଙ୍କନ ପାଇଁ ଶ୍ରୀ ପାତ୍ର ଙ୍କୁ ଚିତ୍ରକଳା ଓ କ୍ରାପ୍ଟ ବିଭାଗକୁ ଶିକ୍ଷୟିତ୍ରୀ ବନିତା ପୁରୋହିତ ଓ ମଧୁମିତା ବେହେରା ସହଯୋଗ କରିଥିଲେ l ବିଜ୍ଞାନ ବିଭାଗ ଓ ଗଣିତ ବିଭାଗକୁ ଅତିଥି ବିଚାରକ ମୀନା ନାଏକ ଓ ପାୟଲ ସାହୁ ମୂଲ୍ୟାଙ୍କନ କରିଥିଲେ ଏବଂ ଅନୀତା ଦାସ, ସୁସ୍ମିତା ଜେନା, ସସ୍ମିତା ଦାସ, ସ୍ମିତା ପରିଡା ଓ ମାନସ ରଞ୍ଜନ ସାହୁ ସହଯୋଗ କରିଥିଲେ l ଅନ୍ୟାନ୍ୟ ବିଭାଗକୁ ରଞ୍ଜନ ସାହୁ, ଭବାନୀ ପ୍ରଧାନ, ସୁନିତା ଗିରି ଓ ସରୋଜା ବାରl ମୂଲ୍ୟାଙ୍କନ କରିଥିଲେ। ସୁନିତା ପ୍ରଧାନ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ l ସ୍କୁଲର ଅଧ୍ୟକ୍ଷ ରାଜେଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ସଫଳ ରୂପାୟନ ହୋଇଥିଲା l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ଝରପାରି ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ 

ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ ଚେୟାର ପ୍ରଦାନ

ସଡକ ସୁରକ୍ଷା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!