ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ,ବାହାରିଲା ବିଶାଳ ଶୋଭାଯାତ୍ରା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ,ବାହାରିଲା ବିଶାଳ ଶୋଭାଯାତ୍ରା

 ରାଉରକେଲା/ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଓ ରାଉରକେଲା ମହାନଗର ନିଗମ (ଆରଏମସି) ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଆରଏମସି ପକ୍ଷକୁ ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ସ୍ଵଚ୍ଛତା ଲିଗର ଶେଷ ଦିବସରେ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ବୁଲ ଟିମ ପକ୍ଷରୁ ସହରକୁ ବର୍ଜ୍ୟମୁକ୍ତ କରିବା ପାଇଁ ସଚେତନତା ଶୋଭାଯାତ୍ରା ଆଇଟିଆଇ ଫ୍ଲାଏ ଓଭର ଛକ ଠାରୁ ଆୟୋଜନ କରାଯାଇଥିଲା। ସଫେଇ କର୍ମୀଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଏସଏଚଜି ମହିଳା, ଆରଏମସି କର୍ମଚାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବ୍ୟକ୍ତିଗତ ଭାବେ ଜନସାଧାରଣ ସ୍ଵଚ୍ଛତା ସଚେତନତାର ବାର୍ତ୍ତାବହନ କରୁଥିବା ପ୍ଲା କାର୍ଡ ହାତରେ ଧରି ଏହି ରାଲିରେ ସାମିଲ ହୋଇଥିଲେ। 

ଏହା ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଛକରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା। ଏହାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ଶେଷରେ ପାନପୋଷ ଛକ ନିକଟରେ ପହଞ୍ଚିଥିଲା। ଉଭୟ ଶୋଭାଯାତ୍ରା ପାନପୋଷ ଛକ ଠାରେ ପହଞ୍ଚିବା ପରେ ସେଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଡେପୁଟି କମିଶନର ସୁଧାଂଶୁ ଭୋଇ, ସୀତାଦେବୀ ମାଝୀ, ରୋନିତ କୁମାର, ସୁକାନ୍ତ କୁମାର ବେହୁରିଆ , ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଘୁପତି ରାଘବ ରାଜା ରାମ ଏବଂ ବୈଷ୍ଣବ ଜନ ତୋ ତେନେ କହିଏ ଭଜନ ଗାନ କରା ଯାଇଥିଲା। ଏହାଛଡା ସହରକୁ ବର୍ଜ୍ୟବସ୍ତୁରୁ ମୁକ୍ତ କରିବା ସହ ସ୍ଵଚ୍ଛତାକୁ ନେଇ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ସହ ଭାରତକୁ ନିଶାମୁକ୍ତ କରିବା ପାଇଁ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉମରକୋଟ ଠାରେ ୬୯ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ସିପାକ୍ ଟାକ୍ରୋ ପ୍ରତିଯୋଗୀତା ୧୬.୧୦.୨୦୨୫ ରୁ ୧୯.୧୦.୨୦୨୫ ପର୍ଯ୍ୟନ୍ତ

Sunil Chandra Nayak

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

masiha

ବରିଷ୍ଠ ଶିକ୍ଷକ ଦୟାନିଧି ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!