ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୭ ଦିନରେ , ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ 

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୭ ଦିନରେ ,

ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ 

ଦାବୀ ନେଇ ଡ୍ରୁଙ୍କେନ ମାର୍ଟିଏଲ୍ ଆର୍ଟସ୍ ଏକାଡେମୀ ଓ ଧର୍ମଗଡ ଜିମ୍ ପକ୍ଷରୁ ଗଣ ଧାରଣା

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୩୭ ତମ ଦିବସ ରେ ଡ୍ରୁଙ୍କେନ ମାର୍ଟିଏଲ୍ ଆର୍ଟସ୍ ଏକାଡେମୀ ଓ ଧର୍ମଗଡ ଜିମ୍ ର କର୍ମକର୍ତ୍ତା ମାନେ ଏକ ଶୋଭଯାତ୍ରାରେ ଆସି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ। 

ଡ୍ରୁଙ୍କେନ ମାର୍ଟିଏଲ୍ ଆର୍ଟସ୍ ଏକାଡେମୀ ର ସଦସ୍ୟ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ବରେ ଗୁଣନିଧି ବାଗ, ପ୍ରଦୀପ ନାଏକ, ଅମିୟ ରଞ୍ଜନ ପଣ୍ଡା, ଗୌର ଭଏଁସାଲ, ଗଙ୍ଗାଧର ମଙ୍ଗରାଜ, ଭୁବନେ ନିଆଲ୍, ଗୁଣ ସାଗର ଜାଲ, ବିରଞ୍ଚି ଶବର ତଥା ଉପଖଣ୍ଡ କ୍ରୀଡା ସଂସ୍ଥା ର ସଂପାଦକ ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଧର୍ମଗଡ ଉପଖଣ୍ଡ ଶୀଘ୍ର ଜିଲ୍ଲା ମାନ୍ୟତା ଦେବା ଦାବୀ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଧର୍ମଗଡ ଉପଜିଲ୍ଲାପାଳ ଙ୍କ ପ୍ରତିନିଧି ଙ୍କୁ ପ୍ରଦାନ କରିଥିଲେ।

ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି ଅକ୍ଟୋବର ୪ ତାରିଖ ୨୦୨୩ ଦିନ ଧର୍ମଗଡ ଉପଖଣ୍ଡ କୁ ଯେଉଁ ୧୨ ଘଣ୍ଟିଆ ସଂପୂର୍ଣ୍ଣ ବନ୍ଦ ଡାକରା ଦିଆ ଯାଇଛି ତାହାକୁ ସଫଳ କରିବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ଆବାହକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷୀ,ବରିଷ୍ଠ ସଭ୍ୟ ଡମ୍ବରୁ ଧର ଲହଜଲ, ଡାକେସ୍ୱର ଲହଜଲ, ଫୁଲେଶ୍ୱର ସେନାପତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ନବରଙ୍ଗପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ୨୦୨୬ ପାଳିତ 

Sunil Chandra Nayak

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବରେହୀ ନଦୀ କୂଳରେ ନେତାଙ୍କ ଭିଡ଼ 

Sunil Chandra Nayak

Leave a Comment

error: Content is protected !!