ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଢ ଗ୍ରାମର ଶ୍ରୀ ଶ୍ରୀ ଐଶ୍ଵାନେଶ୍ବର ଶିବ ମନ୍ଦିର ମୁଖ୍ୟ ପୂଜକ ସଞ୍ଜୟ ପଣ୍ଡା ( ଲିଟୁ ନନା) ଆର ପାରିରେ, ରାଇରଙ୍ଗପୁରରେ ଶୋକର ଛାୟା

ଗଢ ଗ୍ରାମର ଶ୍ରୀ ଶ୍ରୀ ଐଶ୍ଵାନେଶ୍ବର ଶିବ ମନ୍ଦିର ମୁଖ୍ୟ ପୂଜକ ସଞ୍ଜୟ ପଣ୍ଡା ( ଲିଟୁ ନନା) ଆର ପାରିରେ, ରାଇରଙ୍ଗପୁରରେ ଶୋକର ଛାୟା

  ମୟୂରଭଞ୍ଜ – ୨୦/୦୫ — ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ରାଜା ରୁଜୁଡା ଅମଳର ବହୁ ପ୍ରାଚୀନ ଶୈବ ପୀଠ ଗଢ ଗ୍ରାମର ବାବା ଶ୍ରୀ ଶ୍ରୀ ଐଶ୍ଵାନେଶ୍ଵର ମନ୍ଦିର ର ମୁଖ୍ୟ ପୂଜକ ସଞ୍ଜୟ ପଣ୍ଡା (୪୮) ଲିଟୁ ନନା ନାମରେ ପରିଚିତ ।ସୋମବାର ରାତି ୩ ଟା ପାଖାପାଖି ସମୟରେ ଲିଟୁନନା ନିଜ ବାସ ଭବନରେ ଶୋଇଥିବାବେଳ ହୃଦଘାତର ଶିକାର ହୋଇଥିଲେ ।ଲିଟୁ ନନା ରାତି ୩ ଟା ପାଖାପାଖି ସମୟରେ ଅସୁସ୍ଥତା ଅନୁଭବ କରିବା ସହ ଵାନ୍ତି କରିଥିଲେ । ଗୁରୁତର ଅସୁସ୍ଥତି ଯୋଗୁଁ ଗାଁ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନା କୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ତାଙ୍କୁ ତାଙ୍କ ପୈତୃକ ଗ୍ରାମ ଵହଳଦା ବ୍ଳକର କୁଲଗି ଗ୍ରାମକୁ ନିଆ ଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।ଗଢ ଗ୍ରାମର‌ କାଳୀ ଚରଣ ସାହୁ,ଗୋଲକ ମହାନ୍ତି,ବୁଲୁ,ବୁବୁନ ସମେତ ଗ୍ରାମବାସୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଲିଟୁ ନନାଙ୍କ ୩ ପିଢ଼ି ଏହି ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିଲେ ।ଲିଟୁ ନନା ଜଣେ ଅମାୟିକ, ମିଷ୍ଟଭାଷୀ, ଆଧ୍ୟାତ୍ମଵାଦୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଅକାଳ ବିୟୋଗରେ ଗଢ ଏବଂ କୁଲଗି ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଶିବ ଭକ୍ତ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକଉତ୍ସବ ଅନୁଷ୍ଟିତ 

masiha

ଜିଲ୍ଲା ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

masiha

Leave a Comment

error: Content is protected !!