ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଡି ଵିଭାଗର ହରିଲୁଟ ପିଛା ଛାଡୁନି,୭କୋଟି ଟଙ୍କାର ନିମ୍ନମାନର ନିର୍ମାଣଧିନ ବିଜୁ ସେତୁର ଛାତ ଦଵିଲା

ଆରଡି ଵିଭାଗର ହରିଲୁଟ ପିଛା ଛାଡୁନି,୭କୋଟି ଟଙ୍କାର ନିମ୍ନମାନର ନିର୍ମାଣଧିନ ବିଜୁ ସେତୁର ଛାତ ଦଵିଲା

ରାଜନଗର- ଓଡିଶାର ଜନ ସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତୀ ଉପାନ୍ତ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କରିବାକୁ କୋଟି କୋଟି ଟଙ୍କା ଗ୍ରାମ୍ୟଉନ୍ନୟନଵିଭାଗକୁ ଯୋଗାଇଦେଇଛନ୍ତି,।଼ହେଲେ ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର କାର୍ଯ୍ୟ କରି ଲୋକଙ୍କୁ ସୁଫଳ ସୁଫଳ ଯୋଗାଇପାରୁ ନାହାଁନ୍ତି।କିନ୍ତୁ ଯନ୍ତ୍ରୀମାନେ ଏଥିରୁ ମାରିପିଟି କୋଟିପତି ପାଲଟୁ ଥିବା ଵେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ ଅଞ୍ଚଳରେ ର ଠ କାର୍ଯ୍ୟ କରି ହରିଲୁଟ୍ କରିଥିବା ଅଞ୍ଚଳର ଵହୁ ପିଚୁ ରାସ୍ତାହିଁ ଏହି ଵିଭାଗର ଦୁର୍ନୀତି ପାଇଁ ଯଥେଷ୍ଟ ପ୍ରମାଣ ଦେଖାଦେଇଛି।”ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ” ଗ୍ରାମାଞ୍ଚଳର ରାସ୍ତା ଠାରୁ ଵ୍ରିଜ୍ ପର୍ଯ୍ୟନ୍ତ ସବୁ ଆଡେ ପିଚୁ ଘସା ରାସ୍ତା ଭଳି ବିଭାଗ କରିଚାଲିଛି ଵୋଲି ବହୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।ଯେତେ ଜନଅଭିଯୋଗ କରି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଜେଇ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କର ଖାତିରି ନାହିଁ।ଲୋକଙ୍କ ପାଇଁ ଆସୁଥିବା ରାସ୍ତା ଘାଟ ନିର୍ମାଣରୁ ନିଜେ ମାରି ଖାଇବେ ଏବଂ ଧଳା ହାତୀଙ୍କୁ ପୋଷିଵେ।ସେଥିପାଇଁ ସେମାନଙ୍କ ଦୁର୍ନୀତିକୁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଵଡ ଅଫିସର ପର୍ଯ୍ୟନ୍ତ କେହି ଗୁରୁତ୍ବ ଦିଅନ୍ତି ନାହିଁ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ,ଏହି ବ୍ଲକର ବାଘମାରି ପଞ୍ଚାୟତର ଉଦ୍ୟାନରୁ ଦଳେଇସାହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଵଡକଣ୍ଟିଆ ନାଳ ଉପରେ ନିର୍ମାଣ ଧୀନ ସେତୁର ଅଵସ୍ଥା।ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଵିନା ଫଳକରେ ପ୍ରାୟ ସାତକୋଟି ଟଙ୍କା ବିନିମୟରେ ନିମ୍ନମାନର ନିର୍ମାଣ ଧୀନ ଵିଜୁ ସେତୁ ଛାତପଡୁଥିବା ସମୟରେ ଦବି ଯାଇ ବିପଦରୁ ରକ୍ଷା ପାଇଯାଇଛନ୍ତି ଜନତା।ଏଭଳି ଏକ ଗୁରୁତ୍ବପୂରର୍ଣ୍ଣ ସମ୍ବେଦନଶୀଳ ସେତୁକୁ ଯନ୍ତ୍ରୀ ଓ ଠିକାଦାରଙ୍କ ଅନୁପସ୍ଥିତିରେ ଜେଇଙ୍କ ଵ୍ୟକ୍ତିଗତ ସହାୟକ ଉପସ୍ଥିତରେ ନିମ୍ନମାନର ଛାତ ପଡିବା କେତେଦୁର ଗର୍ହିତକର କାର୍ଯ୍ୟ ତାହା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟାନ୍ବତ କରିଛି। ଏହି ଗୁରୁତ୍ବ ପୂର୍ଣ୍ଣ ସେତୁ ଉପରେ ଵାଘମାରୀ ଓ କେରୁଆପାଳର ପଞ୍ଚାୟତର ପ୍ରାୟ ୧୫/୨୦ଟି ଗ୍ରାମ ନିର୍ଭର କରିବା ସହ ଚିଙ୍ଗୁଡି,ଓ ସୀମେଣ୍ଟ,ମେଟାଲ ଵୋଝେଇ ଟ୍ରକ,ଟ୍ରାକ୍ଟର ଯାତାୟତ କରିବା ସହ ଵସ୍ ମଧ୍ୟ ଯାତାୟତ ପାଇଁ ନିର୍ଭର କରେ।ଏପରି ବିପଦପୂର୍ଣ୍ଣ ନିମ୍ନମାନର ସେତୁ ନିର୍ମାଣ ନେଇ ରାଜନଗର ସହକାରୀ କାର୍ଯ୍ୟନିର୍ଵାହୀ ଯନ୍ତ୍ରୀ ଓ ଜେଇଙ୍କୁ ସ୍ଥାନୀୟ ଅଧିବାସୀ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନକୁ ରିସିଭ୍ ନ କରି ଜନସାଧାରଣଙ୍କୁ ଵେଖାତିରି କରୁଥିବା ବିଭାଗୀୟ ଅଧିକାରୀଙ୍କ ଆଚରଣରୁ ପରିଲକ୍ଷିତ ହୋଇଛି।ଏନେଇ ରାଜନଗର ଆରଡି ଅଫିସକୁ ଯାଇ ଆମପ୍ରତିନିଧି ଯାଇଥିଲେ,ସେଠାରେ ଯନ୍ତ୍ରୀ କି ଅଧିକାରୀ କେହି ନଥିବାରୁ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କୁହନ୍ତି ଆମେ କଣ କରି ପାରିଵୁ ଜେଇ ଓ ସହକାରୀ କାର୍ଯ୍ୟନିର୍ଵାହୀ ଯନ୍ତ୍ରୀ ମାସମାସ ଧରି ଅଫିସକୁ ଆସୁନାହାଁନ୍ତି ।କର୍ମଚାରୀଙ୍କ ଏପରି ଵୟାନ ସତ୍ୟତା ପ୍ରମାଣ କରୁଥିଵା ଵେଳେ ଏହି ଵିଜୁ ସେତୁ ନିର୍ମାଣ ହେଵା ଦିନରୁ ଏମାନଙ୍କ ପାଦ ପଡି ନାହିଁ କି ତଦାରଖ କରି ନାହାଁନ୍ତି,।କେବଳ ଜେଇଙ୍କ ଵ୍ୟକ୍ତିଗତ ସହାୟକ ଓ ଲେବର ମିସ୍ତ୍ରୀ ମାନଙ୍କ ମର୍ସୀରେ ସେତୁ ନିର୍ମାଣ ହେଉଥିଲା।ଏବେ ସେତୁ ଦଵିଯିବାରୁ ଗ୍ରାମ୍ୟ ଉନ୍ନୟନ ଵିଭାଗର ସ୍ବଛତା କାରାନାମା ପଦାରେ ପଡିଯିବାରୁ ତରଵର ହୋଇ ରଠ କରି ସେତୁ ଶେଷ କରିବାକୁ ଯନ୍ତ୍ରୀମାନେ ତତ୍ପରତା ପ୍ରକାଶ କରିଛନ୍ତି।ତେଣୁ ଅଞ୍ଚଳବାସୀଙ୍କ ଜୀବନ ସୁରକ୍ଷା ନିମନ୍ତେ କ୍ବାଲିଟୀ କଣ୍ଟ୍ରୋଲ ବିଭାଗ ଦ୍ଵାରା ମାନ ନିର୍ଦ୍ଧାରଣ କରି ସେତୁ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାଵି କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

 

Related posts

ରାୟଗଡ଼ା ଜନସଂଖ୍ୟା ପକ୍ଷରୁ ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ 

masiha

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ଅବସରରେ ଶୋଭାଯାତ୍ରା 

Sunil Chandra Nayak

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ

masiha

Leave a Comment

error: Content is protected !!