ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଜଙ୍ଗ ବଜାରରେ ହାତୀ,ଭୟର ବାତାବରଣ 

ପରଜଙ୍ଗ ବଜାରରେ ହାତୀ,ଭୟର ବାତାବରଣ 

କାମାକ୍ଷାନଗର (ମନିସ)7/11/25 —  ପରଜଙ୍ଗ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ବଜାର ଭିତରେ ୩ ଟିକିଆ ହାତୀଙ୍କ ପ୍ରବେଶକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ,ବୁଧବାର ବିଳମ୍ବିତ ରାତିରେ ୨ଟି ଦନ୍ତା ଏବଂ ଗୋଟିଏ ମାଈ ହାତୀ ପରଜଙ୍ଗ ବଜାରରେ ପ୍ରବେଶ କରିଥିଲେ। ଗ୍ରାମରେ ଡ୍ରାମା ହେଉଥିବାରୁ ଲୋକେ ଚଳପ୍ରଚଳ ହେଉଥିଲେ। ଫଳରେ କିଛି ଲୋକ ହାତୀ ବୁଲୁଥିବା ଦେଖି ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଡିହଡୋଳ ଫରେଷ୍ଟର ଏବଂ ହାତୀ ସ୍ପାଡ୍ ପହଞ୍ଚି ବଜାରରୁ ହାତୀଗୁଡିକୁ ଘଉଡ଼ାଇଥିଲେ। ହାତୀମାନେ ନିକଟସ୍ଥ ବାରବାଙ୍କ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିବାବେଳେ ପୁଣି ସେହି ୩ ଟିକିଆ ହାତୀପଲ ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ପରଜଙ୍ଗ ଗ୍ରାମର ବନଲତା ମହାନ୍ତିଙ୍କ ଘର ପାଖ ବଗିଚାରେ ପଶି କଦଳୀ,ନଡ଼ିଆ,ଆମ୍ବ,ପିଜୁଳି ଓ ଧାନ ଫସଲକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ ଟିମ୍ ପହଞ୍ଚି କ୍ଷତିପୂରଣ ଆକଳନ କରିବା ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଡିହଡୋଳ ଫରେଷ୍ଟର ଚନ୍ଦ୍ରଶେଖର ବେହେରା କହିଛନ୍ତି,୩ଟି ହାତୀ ହଠାତ୍ ଗୋଠ ଛାଡ଼ି ଆସିଥିବା ଅନୁମାନ କରାଯାଉଛି। ଦିନ ସମୟରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଥିବାରୁ ସେଠାରେ କର୍ମଚାରୀ ଜଗି ରହିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାମାକ୍ଷାନଗର ମହୋତ୍ସବ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

Sunil Chandra Nayak

ଡେପୁଟେସନ ଆଳରେ ଫେରୁନାହାନ୍ତି ଶିକ୍ଷକ, ବିପର୍ଯ୍ୟସ୍ତ ଦୁର୍ଗମ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ୱାର୍ଡ ମେମ୍ବରସଂଘ ର ବିଧାୟକ ଙ୍କୁ ତିନି ଦାବୀ ସମାଧାନ ପାଇଁ ନିବେଦନ 

Leave a Comment

error: Content is protected !!