ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ନବରଙ୍ଗପୁର ତା ୦୮/୦୨(ମସିହା) ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ନବରଙ୍ଗପୁର ଜଳ ସେଚନ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ହୋଇ ଜାଇଛି। ଉକ୍ତ ସମାରୋହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଅଧକ୍ଷତା କରି ଜିଲ୍ଲାର କୃଷି ଓ କୃଷକ ମାନଙ୍କ ଉନ୍ନତି ଓ ବିକାଶ କ୍ଷେତ୍ରରେ ପାଣିପଞ୍ଚାୟତ ଗୁଡ଼ିକୁ ସୁଦୃଢ଼ କରଣ କରାଯାଇ ଆଧୁନିକ ପ୍ରଣାଳୀରେ କମ ପାଣିରେ ବିଭନ୍ନ ଚାଷ କାମକରି କିପରି ଅଧିକ ଅମଳ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହରେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଉଠା ଜଳସେଚନ ବିଭାଗର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନ ର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାର କୃଷକ ଭାଇ ମାନେ ଅଧିକ ସଚେତନ ହୋଇ କୃଷି କାମରେ ଆଧୁନିକ ପ୍ରଣାଳୀ ଆପଣାଇ କିପରି ପ୍ରତି ବୁନ୍ଦା ଜଳ କୁ କୃଷି କାର୍ଯ୍ୟରେ ଲଗାଇ ଅଧିକ ଅମଳ କରି ଲାଭବାନ ହୋଇପାରିବେ, ତା ଉପରେ ଆଲୋକପାତ କରିଥିଲେ। ଉଠା ଜଳସେଚନ ବିଭାଗର ଉପଦେଷ୍ଟା ଶ୍ରୀ ପାଢ଼ୀ ଜିଲ୍ଲାରେ କୃଷି ର ଉନ୍ନତି ଓ ବିକାଶ ପାଇଁ ଆବଶ୍ୟକ ଜଳ ସେଚନ ର ସୁବିଧା କରାଯାଇ ଚାଷୀଭାଇ ମାନେ ଏହା ଦ୍ଵାରା କିପରି ଉପକୃତ ହେବେ ସେ ଦିଗରେ ସରକାରଙ୍କ ତରଫରୁ ସମସ୍ତ ଚେଷ୍ଟା କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ। ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ ଜଳ ସେଚନ ବିଭାଜନ,ନବରଙ୍ଗପୁର, ପଦ୍ମ ଚରଣ ବେହେରା, ଅଧିକ୍ଷଣ ଯନ୍ତ୍ରୀ,ଏମ୍ ଆଇ, କାଳିନ୍ଦୀ ଚରଣ ସେଠୀ, ସହ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଭାବଗ୍ରାହୀ ବେହେରା, ଅତିରିକ୍ତ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୁନିଲ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ୍, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ପି ଡି ଆତ୍ମା କମଳ ଲୋଚନ ନାୟକ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ ଅଭିଜିତ ପାଢ଼ୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, କୃଷକ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଜନ ନବରଙ୍ଗପୁର ଦିଲିପ୍ କୁମାର ଦାସ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍ 

Related posts

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ସମାରୋହ ପକ୍ଷ ଉଦଯାପିତ

Sunil Chandra Nayak

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!