ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ

ନର୍ଲା , 13/07:କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ପଂଚାୟତ ଲାଖଗୁଡା ନିକଟରେ ଥିବା ଏକ ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ ପ୍ରକାଶ ପାଉଛି ।ପ୍ଳାଣ୍ଟ ରୁ ନିର୍ଗତ ଦୁର୍ଗନ୍ଧ ମୟ କଳା ଧୁଆ ଆକାଶ ଓ ପାରିପାର୍ଶ୍ବିକ କୁ କଳା ଧୂମମୟ କରି ପକାଉଛି ଯାହା କି ମୁଖ୍ୟ ରାସ୍ତାରୁ 20 ରୁ 30 ମିଟର ବ୍ୟବଧାନରେ ଅବସ୍ଥିତ ଯାହା ଫଳରେ ରାସ୍ତା ରେ ଯିବା ଆସିବା ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି ।ପ୍ଳାଣ୍ଟ ରେ ଗଛିତ ବଜରି ଓ ଧୂଳି କଣା ଊଡି ନାକ, କାନ, ଆଖି ରେ ପଡି ରୋଗାକ୍ରାନ୍ତ ହୋଇ ଆସିଥିବା ବେଳେ ଆଖ ପାଖ ଅଂଚଳର ଚାଷ ଜମି ନଷ୍ଟ ହେଉଛି ଓ ଅନେକ ଦୁର୍ଘଟଣା ଘଟୁଛି । ପ୍ଳାଣ୍ଟ ଚାରିପଟେ ଉଚ୍ଚ ପାଚେରୀ ମଧ୍ୟ ନିର୍ମାଣ କରାଯାଇ ନାହିଁ କି ଗଛିତ ବଜରି ଗୁଣ୍ଡ ଓ ଧୁଳି ରେ ପାଣି ମଧ୍ୟ ସିଞ୍ଚନ କରାଯାଉ ନାହିଁ ।ପାଖରେ ଲାଖଗୁଡା ଓ ମାଲିପଡା ,ସମ୍ମୁଖରେ ସାନ୍ଦୁଲ ନଦୀ, ନିକଟରେ ଐତିହାସିକ ଦୁର୍ଗ ଅସୁରଗଡ ଅଛି । ଏହି ପ୍ଳାଣ୍ଟ ଟି ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣା ଙ୍କ ସମୟରୁ ଚାଲୁ ଥିବା ବେଳେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣା ମଧ୍ୟ ଏନ ଓସି ଦେଇ ନ ଥିବା ପ୍ରକାଶ କରିଥିଲେ ।ବର୍ତମାନ ର ସରପଞ୍ଚ ହେମନ୍ତ ଭୋଇ ମଧ୍ୟ ଏନ ଓସି ଦେଇ ନ ଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ଙ୍କ ବିନା ଏନ୍ଓସି ଓ ପ୍ରଦୁଷଣ ବିଭାଗ କିପରି ପରମିଶନ ଦେଲେ ।ଯଦି ପରମିଶନ ଦିଆଗଲା ତାହା ହେଲେ ଗାଇଡଲାଇନ କାହିକି ମାନୁ ନାହି। ଚାଷ ଜମି କନଭରସେନ ମଧ୍ୟ ହୋଇ ନ ଥିବା ବେଳେ ଏହି ପ୍ଳାଣ୍ଟ କିଭଳି ସ୍ଥାପନ ହୋଇଛି ଏହା ନେଇ ପ୍ରଶ୍ନ ସୁର୍ଷ୍ଟି ହେଉଛି ।ଏ ନେଇ ନର୍ଲା ର ପୁର୍ବତନ ତହସିଲ ଦାର ଶଙ୍କର ବାଗଙ୍କୂ ମଧ୍ୟ ଲୋକେ ଲିଖିତ ଅଭିଯୋଗ କରିଥିଲେ ।ଏତିକି ନୁହେ ପୁର୍ବରୁ ନର୍ଲା ପୋଲିସ ରେ ଲାଖଗୁଡା ମହିଳା ଓ ପୁରୁଷ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ସବୁ ଫସର ଫାଟି ଯାଉଛି ।ଏତିକି ନୁହେଁ ଏହି ପିଚୁ ପ୍ଳାଣ୍ଟ ରୁ ଅନେକ ସ୍ଥାନରେ ନିର୍ମିତ ହେବାକୁ ଥିବା ରାସ୍ତା ପାଇଁ ବଜରି ମିଶ୍ରିତ ପିଚୁ ସପ୍ଲାଇ କରି ପ୍ଇସା ଉପାର୍ଜନ କରୁଥିବା ବେଳେ ରୁପ୍ରାରୋଡ ଦେଇ ଯାଉଥିବା ହାଇଔଆ ଅନେକ ଲୋକଙ୍କ ର ଘର ସମ୍ମୁଖରେ ଥିବା ଡ୍ରେନ ର ପ୍ଳେଟ ଉପରେ ଚଢାଇ ଭାଙ୍ଗି ଦେଉଛନ୍ତି ଏଥିରୁ ଜଣା ପଡୁଛି ଯେ ଡ୍ରାଇଭର ବିନା ଲାଇସେନ୍ସ ଧାରି ଓ ମଦ୍ୟପାନ କରି ଚଳାଉଥିବା ଜଣା ପଡୁଛି । ଏହା ଉପରେ ଅଙ୍କୁଶ ନ ଲଗାଇଲେ ଅତି ଶିଘ୍ର ପ୍ଳେଟ ବଦଳରେ ଜନସାଧାରଣ ଙ୍କ ମୁଣ୍ଡ ଗଡିବ ବୋଲି ଚର୍ଚ୍ଚା ହେଉଛି ।ଗାଡି ଗୁଡାକ ଚାଲିବା ଯୋଗୁଁ ଧୂଳି ଉଠୁଛି ହେଲେ ରାସ୍ତା ପାଣି ମଧ୍ୟ ସିଞ୍ଚନ ମଧ୍ୟ କରାଯାଉନାହିଁ ।ଏଥିରୁ ଜଣା ପଡେ ଯେ ଏହି ପ୍ଲାଣ୍ଟ ପଛରେ କାହାର ଛତ୍ରଛାୟା ଅଛି ଅଥବା ଲେଣଦେଣ ହୋଉଥିବ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି । ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ ର ତିତକେଲା ଓ ଭଟାଖମାର ମଝିରେ ପୁଣି ଏକ ପିଚୁ ପ୍ଳାଣ୍ଟ ସ୍ଥାପନ ହେବାକୁ ଯାଉଥିବା ଚର୍ଚା ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି। ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

masiha

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

Sunil Chandra Nayak

Leave a Comment

error: Content is protected !!