ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ ….

୯୮ ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ଆସନ୍ତା ୨୨ ଓ ୨୩ ରେ ….

ଯତ୍ନରୁ ସଶକ୍ତିକରଣ: ସଦୃଢ଼ ପରିବାର ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ସମାବେଶୀ ସମାଜ ଗଠନ

ରାଉରକେଲା: ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କର ବିକାଶ ନିମନ୍ତେ ଗଠିତ ଜାତୀୟ ଅଭିଭାବକ ସଂଘ ତରଫରୁ ମୈ।ଲାନା ଆଜାଦ୍ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦ ଓ ଶ୍ରଦ୍ଧା, ରାଉରକେଲା ତଥା ଓଡିଶା ପରିବାରର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ମାସ ୨୨ ଓ ୨୩ ତାରିଖ ଦିନ ଦ୍ଵିଦିବସୀୟ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡିଶା -୨୦୨୬ ରାଉରକେଲାର ବରଟୋଲି ସ୍ଥିତ ପଦ୍ମିନୀ ପ୍ୟାଲେସ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ଶୈଶବରୁ ଯୁବାବସ୍ଥା ପର୍ଯ୍ୟନ୍ତ ଅଭିଭାବକ ଏବଂ ସେବା ଓ ଯତ୍ନ ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ। ଏହି ଦ୍ଵିଦିବସୀୟ କର୍ମଶାଳାରେ ସାମ୍ବିଧାନିକ ବ୍ୟବସ୍ଥା, ଦିବ୍ୟାଙ୍ଗ ମାନଙ୍କର ଅଧିକାର ଓ ଆଇନ ନିୟମ ୨୦୧୬, ନ୍ୟାସନାଲ ଟ୍ରଷ୍ଟ ଆଇନ ୧୯୯୯, ଦିବ୍ୟାଙ୍ଗଙ୍କ ମୈ।ଳିକ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞ ମାନେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ଅଭିଭାବକ / ଅଭିଭାବିକା ଯୋଗଦେବେ ବୋଲି ସୂଚନା ମିଳିଛି।

ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଉଦ୍‌ଘାଟନୀ ଅଧିବେଶନରେ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉଦଘାଟକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ବ୍ରତତୀ ହରିଚନ୍ଦନ ଓ ରାଜ୍ୟ ଭିନ୍ନକ୍ଷମ ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି । ସେହିପରି ଦ୍ବିତୀୟ ଦିବସରେ ଉଦ୍‌ଯାପନୀ ଅଧିବେଶନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲୀ ରଣା, ପାନପୋଷ ଉପଖଣ୍ଡର ବରିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ଆରଜିଏଚ ର ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧାରାଣୀ ପ୍ରଧାନ ଏବଂ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୁଖ ଯୋଗଦେବେ । କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡ. ସୁଦୀପ ଗୋୟେଲ, ଡ. ରାମକୃଷ୍ଣ ବିଶ୍ବାଳ, ଡ. ଶିବାଜୀ କୁମାର, ଉମେଶ ପୁରୋହିତ, ପ୍ରତୀକ ଅଗ୍ରୱାଲ, ଚୈତାଲୀ ଗାମୀ, ଦୀପା ବାନାର୍ଜୀ, ମିହିର ମହାନ୍ତି, ଡ ଉମା ସାଲମା ଅଭିଭାବକ ମାନଙ୍କୁ ମାର୍ଗ ଦର୍ଶନ କରିବେ। ଓଡ଼ିଶା ପରିବାର ତରଫରୁ ସଭାପତି ପ୍ରଭାକର ସାହୁ, ଉପ ସଭାପତି ପ୍ରମୁଖ ସୁଜାତା ପଟ୍ଟନାୟକ,ଜଗନ୍ନାଥ ମିଶ୍ର, ଅନଙ୍ଗ ନେଗୀ, ସମ୍ପାଦକ କାର୍ତ୍ତିକ ପାଣ୍ଡବ, ଉପ ସମ୍ପାଦକ ପ୍ରମୁଖ ରଞ୍ଜିତ କୁମାର ମହାପାତ୍ର, ରଞ୍ଜନ ମହାରଣା, ପଞ୍ଚାନନ ପାତ୍ର, କୋଷାଧ୍ୟକ୍ଷ ଆଶିର୍ବାଦ ସାମଲ ତଥା ପ୍ରମୁଖ ସଦସ୍ୟ ଗଗନ ବିହାରୀ ଧଳ,ରଜତ କୁମାର ସାହୁ ଏବଂ ଶୁଭକାନ୍ତ ବୋଇତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ସୂଚନାଯୋଗ୍ୟ ଯେ ୨୨ ତାରିଖ ଦିନ ଦିବା ୧୦ ଘଟିକା ରେ ଉଦଘାଟନ ପରେ ଦୁଇ ଦିନ ଧରି ଅନେକ ବୈଷୟିକ ଅଧିବେଶନରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବ ଯାହା ଦ୍ଵାରା ଅଭିଭାବକ ଅଭିଭାବିକା ମାନଙ୍କର ସଚେତନତା ବୃଦ୍ଧି ହେବ । ୨୨ ତାରିଖ ଦିନ ସନ୍ଧ୍ୟାରେ ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମାଜରେ ଶିକ୍ଷକଙ୍କ ପ୍ରାସଙ୍ଗିକତା ସର୍ବଦା ଅପରିବର୍ତ୍ତନୀୟ  ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳିତ

Sunil Chandra Nayak

ଦକ୍ଷିଣ ରାଉରକେଲାରେ ସଧାରଣ ତନ୍ତ୍ର ଦିବସ ପାଳିତ

masiha

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!