ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ଆଇଟିଆଇ ସମ୍ମୁଖରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା – ତୁରନ୍ତ ମରାମତି ଦାବି

ବ୍ରହ୍ମପୁର ଆଇଟିଆଇ ସମ୍ମୁଖରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା – ତୁରନ୍ତ ମରାମତି ଦାବି

ବ୍ରହ୍ମପୁର,୧୯/୦୮ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ଘଟଣାକୁ ନେଇ ପୂଜ୍ୟ ପୂଜା ସମିତି ତୀବ୍ର ନିନ୍ଦା କରିଛି।

ବ୍ରହ୍ମପୁର ସରକାରୀ ଆଇଟିଆଇ କେନ୍ଦ୍ର ସମ୍ମୁଖରେ ସ୍ଥାପିତ ବିଜୁ ବାବୁଙ୍କ ଅନନ୍ୟ ଧାତୁ ଶିଳ୍ପ ପ୍ରତିମୂର୍ତ୍ତିରେ ଲାଗିଥିବା ଚଷମାଟି କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏପରି ଅଶୋଭନୀୟ କାର୍ଯ୍ୟ କେବଳ ଜଣେ ମହାନ୍ ନେତାଙ୍କ ଅବମାନନା ନୁହେଁ, ବରଂ ସମଗ୍ର ଓଡ଼ିଆ ଜାତିର ଅସ୍ମିତା ଉପରେ ଆଘାତ l ଏହି ଘଟଣା ସମ୍ପର୍କରେ ଆଜି ପୂର୍ବାହ୍ନରେ ସମିତିର ଏକ ପ୍ରତିନିଧି ଦଳରେ ଅଧ୍ୟାପକ ମନୋରଞ୍ଜନ ସାହୁ,ସମାଜସେବୀ ଗୁଣନିଧି ବେହେରା ଓ ଆଇନଜୀବି ଅବନୀ ଗୟା ପ୍ରମୁଖ ଆଇଟିଆଇ ଅଧ୍ୟକ୍ଷ ଇଂ.ରଞ୍ଜନ କୁମାର ପରିଡ଼ା ଙ୍କୁ ଭେଟି ପ୍ରତିମୂର୍ତ୍ତିଟିକୁ ଯଥାଶୀଘ୍ର ମରାମତି କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Related posts

ଟିପର ଗାଡି ତଳେ ଚାପି ହୋଇଗଲା ବୁଲେଟ

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

masiha

ଏମଏସଏମଇ ର ଜାତୀୟ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!