ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ତ୍ରିନାଥ ମାଝୀଙ୍କ ଯୋଗଦାନ

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ତ୍ରିନାଥ ମାଝୀଙ୍କ ଯୋଗଦାନ

ରାୟଗଡ:-ତା.୧୩/୦୩/୨୪ // ରାୟଗଡରେ ନୂତନ ଅତିକ୍ତ ଜିଲାପାଳ(ରାଜସ୍ୱ)ଭାବେ ଶ୍ରୀ ତ୍ରିନାଥ ମlଝି ଆଜି ଯୋଗଦନ କରିଛନ୍ତି l ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତଙ୍କ ଠାରୁ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନିର୍ବାଚନ ତାଲିମ କାର୍ଯ୍ୟରେ ଯୋଗଦାନ କରି ପ୍ରଜା୍ଇଡିଂ ଓ଼ ପୋଲିଙ୍ଗ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଝିଙ୍କୁ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ l ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶର ଅଫିସକୁ ଅତିରକ୍ତ ସଚିବ ଭାବେ ବ୍ରାହ୍ମପୁରକୁ ବଦଳି ହେବାପରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଦାୟିତ୍ୱ ତୁଲାଉଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଏହାପୂର୍ବରୁ ମାଲକାନଗିରି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ

masiha

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

Sunil Chandra Nayak

‘ନବୀନ’ କାର୍ଯ୍ୟାଳୟରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ, ଦେଶାତ୍ମକବୋଧ କବିତା ପାଠୋତ୍ସବ

masiha

Leave a Comment

error: Content is protected !!