ମୟୂରଭଞ୍ଜ – ୨୫/୫ (ମସିହା) ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ଶହୀଦ ହୋଇଯାଇଛନ୍ତି । ବାରିପଦା ଵନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ତଦସହ ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ସେମାନେ ଏବଂ ତାଙ୍କର ପରିବାର ଲୋକେ ଚିନ୍ତିତ । ଶିମିଳିପାଳ ପାଲଟିଛି ଶିକାରୀଙ୍କ ଭୂସ୍ବର୍ଗ । ଆଗରୁ ନକ୍ସଲଙ୍କ ଭୂସ୍ବର୍ଗ ଥିବା ବେଳେ ଏବେ ରାଜ୍ୟ ଓ ଆନ୍ତଃରାଜ୍ୟ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି । ସେମାନଙ୍କ ଅବାଧ ଶିକାରକୁ ରୋକିବାକୁ ଯାଇ ଗୁଳିରେ ଟଳି ପଡୁଛନ୍ତି ନିରସ୍ତ୍ର ବନ କର୍ମଚାରୀ । ଏଭଳି ଦୁଃଖଦ ଅଭାବନୀୟ ଘଟଣା ନେଇ ବାରିପଦା ଵନକର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସେମାନଙ୍କ ସୁରକ୍ଷା ନେଇ ୭ ଦଫା ଦାବି ଉପସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୩ଟି ଜୋନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ରାଜ୍ୟ ବନ କର୍ମଚାରୀ ସଂଘର ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ସେଠୀଙ୍କ ସଭାପତିତ୍ବରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଂଗତ ସାଥୀ ବିମଳ ଜେନାଙ୍କ ଉଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ବାରିପଦା ସର୍କଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଦାବି ଉପସ୍ଥାପନା କରାଯାଇଥିଲା ।ପରେ ୭ ଦଫା ଦାବି ମଧ୍ୟରେ ସାଥୀ ବିମଳ ଜେନାଙ୍କୁ ଶହୀଦ ମାନ୍ୟତା,୨୫ ଲକ୍ଷ ଟଙ୍କାର ସରକାରୀ ଅନୁକମ୍ପା ରାଶି ପ୍ରଦାନ, ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ,ଏସଏସଏଫ ଗଠନ,ଏସଏସଏଫ ଗଠନ ନହେଲା ପର୍ଯ୍ୟନ୍ତ ଠାକୁରମୁଣ୍ଡା,, ଯଶିପୁର,ପିଠାବଟା,ପୋଡାଡିହାରେ ୪ ପ୍ଳାଟୁନ ସିଆରପିଏଫ ନିୟୋଜିତ କରିବା,ବନ୍ଧୁକ ଯୋଗାଇବା,ଖାଲିଥିବା ପଦବୀ ପୂରଣ କରିବା,ଓ୍ବାଇଫାଇ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦାବି ଗୁଡ଼ିକ ଯଦି ଶିଘ୍ର ପୂରଣ କରା ନଥାଏ ତାହାହେଲେ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମବନ୍ଦ ଆନ୍ଦୋଳନ କରିବେ ବୋଲି ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ,ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ,,୫ ଟି ସଚିବ,,ଓଡ଼ିଶା ଜଙ୍ଗଲ ବିଭାଗ ସଚିବ,ପିସିସିଏଫ (ସାଧାରଣ) ଓଡ଼ିଶା,ଓ୍ବାଇଲଡ୍ ଲାଇଫ, ଓଡ଼ିଶା, ପିସିସିଏଫ(ବନ୍ୟପ୍ରାଣୀ), ଆରସିସିଏଫ,ବାରିପଦା,ଡେପୁଟି ଡାଇରେକ୍ଟର ଶିମିଳିପାଳ ଉତ୍ତର ଓ ଦକ୍ଷିଣଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ମେଲ୍ ଜରିଆରେ ପ୍ରେରଣ କରାଯାଇଛି । ଏହି ଜରୁରୀକାଳୀନ ବୈଠକରେ ସଭାପତି ଶ୍ରୀ ଖଗେଶ୍ବର ସେଠୀ,ସଂପାଦକ ଅବନୀ କାନ୍ତ ଜେନା,ପ୍ରଶାନ୍ତ କୁମାର ସିଂ ସାମନ୍ତ,ପ୍ରଭାସ ମହାନ୍ତ,ବିକାଶ ଭୁଜବଳ,ଚନ୍ଦ୍ରଭାନୁ ମହାନ୍ତ, ହୃଷିକେଶ ପ୍ରଧାନଙ୍କ ସମେତ ଵନକର୍ମଚାରୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।
previous post