ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ

ନବରଙ୍ଗପୁର:(୫|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ୫ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବାକୁ ଥିବାବେଳେ ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ ଦାଖଲ ହୋଇଛି । ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ ଏବଂ ସମ୍ପାଦକ ପଦବୀ ପାଇଁ ଆଇନଜୀବୀ ରାମ ପ୍ରସାଦ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଦୁଇ ଆଇନଜୀବୀ ନିଜ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର, ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଏବଂ ଆଇନଜୀବୀ ତାଜ ଇମରାନ ସରିଫ ପରିଚାଳନା କରୁଛନ୍ତି । ଆସନ୍ତା ୮ ତାରିଖ ଦିନ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କ ନାମ ତାଲିକା ପ୍ରକାଶ ପାଇବ ଓ ୯ ତାରିଖ ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ ବୋଲି ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସୂଚନା ପ୍ରଦାନ କରିଛନ୍ତି । 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ଙ୍କୁ ନେଇ ବୈଠକ

masiha

ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ପ୍ରତିବାଦ ସ୍ୱରୂପ ଚାଷିଙ୍କ ରାସ୍ତା ରୋକ, ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2ଘଣ୍ଟା ଅବରୋଧ

Sunil Chandra Nayak

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ କବିତା ଆସର

Sunil Chandra Nayak

Leave a Comment

error: Content is protected !!