ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

ରାଉରକେଲା : ରାଉରକେଲା ସାଙ୍ଗଠନିକ ଜିଲ୍ଲାର ମଣ୍ଡଳ ସ୍ତରୀୟ ବୈଠକ ବିଜେପି ରାଉରକେଲା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା । ନୂତନ ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର, ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ଓ ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଜିଲ୍ଲା ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ସମସ୍ତଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବକ୍ତବ୍ୟରେ ଏହି ବୈଠକର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ । ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା ତାଙ୍କ ବକ୍ତବ୍ୟରେ ଆମ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଘର ଘର ବୁଲି ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଭାରୀ ଶ୍ରୀ ମିଶ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉପସ୍ଥିତ ମଣ୍ଡଳ ସଭାପତିଙ୍କ ଉପସ୍ଥାପନ ନେଇଥିଲେ । ପ୍ରତି ମଣ୍ଡଳରେ ଅସମ୍ପୂର୍ଣ୍ଣ ବୁଥ କମିଟି ଗୁଡିକକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହିତ ସଂଗଠନର ଜଣେ ସକ୍ରିୟ କର୍ମୀ ଭାବେ ନିଜକୁ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଆମେ ଜଣେ ଭାରତୀୟ ଜନତା ପାର୍ଟିର ବୀର ସୈନିକ ଏବଂ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବା ଓ ଜନତାଙ୍କ ବିଶ୍ୱାସ ଭାଜନ ହେବା ତଥା ନିଜର ପଦବୀ ଓ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରି ନେତୃତ୍ୱ ନେବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ପ୍ରତି ତିନି ମାସରେ ଥରେ ଜିଲ୍ଲାରେ ମଣ୍ଡଳ ସ୍ତରୀୟ ବୈଠକ କରିବାପାଇଁ କହିଥିଲେ । ସଂଗଠନ ହିଁ ଶକ୍ତି , ବିନା ସଙ୍ଗଠନରେ ଅଗ୍ରଣୀ ହୋଇ ପାରିବା ନାହିଁ , ଏଣୁ ସମସ୍ତେ କଠିନ ପରିଶ୍ରମ କରିବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସିନ ଥିଲେ ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ , ରାଜ୍ଯ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ବରିଷ୍ଠ ନେତା ରାଜେନ୍ଦ୍ର ସାହୁ । ନାଗ୍ରା ତନ୍ତୀ ସମାଜର ସଭାପତି ସନ୍ତୋଷ ତନ୍ତୀଙ୍କୁ ଜିଲ୍ଲା ସଭାନେତ୍ରୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତୃବୃନ୍ଦ , ମଣ୍ଡଳ ସଭାପତି ଓ ତାଙ୍କ କମିଟି ଓ କର୍ମିବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ବୈଠକ ସମାପ୍ତ କରାଯାଇ ଥିଲା । ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

masiha

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

masiha

୧- ମଞ୍ଚା ତିଆରି ପରେବି ଜଙ୍ଗଲରେ ହୁତୁହୁତୁ ହୋଇ ଜଳୁଛି ନିଆଁ ,୨- କାପୋଲୋଡ଼ା ପଞ୍ଚାୟତରେ ଜନ ଶୁଣାଣି 

masiha

Leave a Comment

error: Content is protected !!