ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ

ରାୟଗଡା /ଗୁଣୁପୁର :- ଆଜି ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ. ପ୍ରାୟ ଷାଠିଏ ରୁ ଉର୍ଦ୍ଧ ପ୍ରକଳ୍ପ ଏହି ବିଜ୍ଞାନମେଳା ରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା. ବିଚାରକ ଭାବେ ସରକାରୀ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ୟୁ. ପୁଷ୍ପଲତା ଏବଂ ସ୍ଥାନୀୟ ମହର୍ଷି ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଦେବବ୍ରତ ପାଢ଼ୀ ଦାୟିତ୍ୱ ତୁଲାଇଥିଲେ.ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବିଜ୍ଞାନମେଳା ମାଧ୍ୟମରେ ପିଲାଙ୍କ ମାନସିକ ଦକ୍ଷତା ବୃଦ୍ଧି ହେବା ସହ, ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ପିଲାମାନେ ଅବଗତ ହୋଇପାରିବେ ବୋଲି ମତ ରଖିଥିଲେ. ସମସ୍ତ ଅଭିଭାବକ ମାନଙ୍କ ପୂର୍ଣ୍ଣ ସହଯୋଗ ଓ ତ୍ୟାଗ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ବେବିସ୍ମିତା ମଲ୍ଲିକ କହିଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହର୍ଷି ଗୁରୁକୁଳ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ନିର୍ଦ୍ଧେଶକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଅଭିଭାବକ ଉପସ୍ଥିତ ରହି ପିଲାଙ୍କୁ ଉତ୍ସl ହିତ କରିବା ସହ ବିଦ୍ୟାଳୟ କତୃପକ୍ଷ ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ. ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ.।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ୍ଧକନା ରେ ଖୋଲିଲା ଧାନ ମଣ୍ଡି

masiha

ଦାଦନ ଖଟିବାକୁ ଯାଇ ଅସୁବିଧା ରେ ଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଲାଓସରୁ ଫେରାଇ ଆଣିଲେ ଲୋକସଭା ପ୍ରାଥୀ ବୈଜୟନ୍ତ ପଣ୍ଡା

masiha

ଜାମଦା ବ୍ଲକର କଇଁପୁର ଗ୍ରାମର ୭ ବର୍ଷ ହେଲା ସରକାରୀ କୋଠାଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ; ନିଶାଡିଙ୍କୁ ସୁହାଉଛି ଘର;ସରକାରୀ କାମରେ ଲାଗୁନି ଘର

Sunil Chandra Nayak

Leave a Comment

error: Content is protected !!