ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ ବୈଠକ

ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ ବୈଠକ 

ଡ଼ାବୁଗାଁ ,୧୦/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡ଼ାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ମଣ୍ଡଳ ସ୍ତରୀୟ ବୈଠକ ରବିବାର ଡଙ୍ଗରୀଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକ ରେ ଜିଲା ଜନଜାତି ପ୍ରତିନିଧି ଦେବିସିଂ ପୂଜାରୀ ବ୍ଲକ ର ୧୨ ଟି ଗ୍ରାମ ପଞ୍ଚାୟତ ର ସମସ୍ତ ଜନଜାତି ବର୍ଗର ବ୍ୟକ୍ତି ମାନଙ୍କୁ ସ୍ଵାଗତ ଜଣାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭ ରେ ୨ଟି ପ୍ରସ୍ତାବ ଆଗତ କରାଯାଇଥିଲା । ଉକ୍ତ ପ୍ରସ୍ତାବ ଗୁଡିକ ହେଲା:- ପୂର୍ବରୁ ଗଠନ କରାଯାଇଥିବା ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ କୁ ଭଙ୍ଗ କରିବା ନିମନ୍ତେ ସ୍ଥିର କରାଗଲା ଓ ଏହା ପରେ ନୂତନ ମଣ୍ଡଳସ୍ତରୀୟ ଜନଜାତି ସୁରକ୍ଷା ମଞ୍ଚ କମିଟି ଗଠନ କରିବା ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା । ଏଥିରେ ସଭାପତି ଭାବେ ମୋହନସିଂ ଗଣ୍ଡ, ଉପସଭାପତି ପୁଲସିଂ ଜାନୀ, ସଂପାଦକ ରାଇସିଂ ପୂଜାରୀ, ସହ ସଂପାଦକ ରମେଶ ମାଝୀ, କୋଷାଧ୍ୟକ୍ଷ ଦୟାନିଧି ବଞ୍ଜରା, ଓ ଉପଦେଷ୍ଟା ମଣ୍ଡଳୀ ନରସିଂ ମାଝୀ, ହିରଣ୍ୟ ମାଝୀ, ରାମକୁମାର ଗଣ୍ଡ, ଦୟାନିଧି ଭତ୍ରା , ଶୁକ୍ରୁ ଭତ୍ରା, ନୀଳାଦି ମାଝୀ, ମୋହନ ନାୟକ, କର୍ଣ୍ଣ ମାଝୀ ଙ୍କୁ ଚୟନ କରାଯାଇଥିଲା l ଏଥିରେ ୧୨ ଟି ପଞ୍ଚାୟତ ରୁ ଜନଜାତିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

Local Employment Crisis: Bissamcuttack MLA Slams Vedanta

masiha

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

ଦିଲ୍ଲୀ, ଯନ୍ତର ମନ୍ତରରୁ ସୋନମ ୱାଙ୍ଗଚୁକଙ୍କୁ ବଳପୂର୍ବକ ହଟାଇବା ଏବଂ ସେଠାରେ ଚାଲିଥିବା ଗଣଆନ୍ଦୋଳନକୁ ପଣ୍ଡ କରିବା ପାଇଁ ଦିଲ୍ଲୀ ପୋଲିସର ଉଦ୍ୟମକୁ ଦୃଢ଼ ନିନ୍ଦା କରି ଏଆଇଡିଏସଓ ର ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!