ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସପ୍ତାହ ସଂକ୍ରାନ୍ତ ଉଦଯାପନୀ କାର୍ଯ୍ୟକ୍ରମ

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସପ୍ତାହ ସଂକ୍ରାନ୍ତ ଉଦଯାପନୀ କାର୍ଯ୍ୟକ୍ରମ

ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ପରିପ୍ରେକ୍ଷୀରେ ଧର୍ମଗଡ଼ ସ୍ଥିତ ଜାଗୃତି ଗୃହ ସହଯୋଗରେ ଚାଲିଥିବା ୧୬ ଦିନିଆ ‘ଘରୋଇ ହିଂସା ନିରୋଧ’ ସଂକ୍ରାନ୍ତୀୟ ଅଭିଯାନ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ ଯୋଗଦେଇ ମହିଳା ମାନେ ସଚେତନ ହେଲେ ହିଁ ଘରୋଇ ହିଂସାକୁ ରୋକିହେବ ଏବଂ ମହିଳା ହିଂସା ନିରୋଧ ପାଇଁ ବ୍ୟାପକ ସଚେତନତା ଦୃଷ୍ଟିରୁ ସାମାଜିକ ସ୍ତରରେ ସମ୍ବେଦନଶୀଳତା, ସ୍ନେହ ସଦଭାବନା ର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଆଇନଜୀବି ସଂଯୁକ୍ତା ପଣ୍ଡା ଓ ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ ଯୋଗଦେଇ ଘରୋଇ ହିଂସାର ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଜାଗୃତି ଗୃହର ସଭ୍ୟ ଗୀତା ପଟ୍ଟନାୟକ, ପରିଚାଳିକା ନିବେଦିତା ପ୍ରଧାନ, କର୍ମୀ ରୋଜାଲିନ ନାଏକ, କାଉନସେଲର ସରସ୍ଵତୀ ନାଏକ ଓ ଖଦୀ ଭଣ୍ଡାର ର ମ୍ୟାନେଜର ଦେବରାଜ ମହାନନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ।ମହିଳା ହିଂସାକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଜନସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ଯ ଅନ୍ତେଃବାସୀନି ମାନଙ୍କୁ ଅବଗତ କରାଯାଇଥିଲା।

ଧର୍ମଗଡ଼ ସ୍ଥିତ ଜାଗୃତି ଗୃହରେ ଚାଲିଥିବା ୧୬ ଦିନିଆ‘ଘରୋଇ ହିଂସା ନିରୋଧ’ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମର ବିଭିନ୍ନ ଦିନରେ ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷୀ, ମହିଳା ସୁରକ୍ଷା ଅଧିକାରୀ ନିୟତି ବାଲା ସୋରେନ୍, ଆଇ ସି ଡ଼ି ଏସ ସୁପରଭାଇଜର ରୂପା ସାହୁ, ଥାନା ଅଧିକାରୀ ଦାମୋଦର ବିହାରୀ, ଅଧ୍ୟାପକ ମାଧବ ଲହଜଲ, ଜିଲ୍ଲା ପରାମର୍ଶଦାତା ଦିବ୍ୟ ରଞ୍ଜନ ଯୋଷୀ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ଶାଖା ପରିଚାଳକ ସାରଦା ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ମହିଳାଙ୍କ ଉପରେ ନିର୍ଯ୍ୟାତନା ଓ ‘ଘରୋଇ ହିଂସା ନିରୋଧ ଉପରେ ଗୃହର ଅନ୍ତେଃବାସୀନି ମାନଙ୍କ ସହ ଆଲୋଚନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଧଅଁରାମାଲ ଠାରେ ନୃତ୍ୟ ଆସର ଆୟୋଜିତ

masiha

ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞଙ୍କ ସ୍ମୃତିରେ ଧର୍ମଗଡରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

କିଶlନ ମୋର୍ଚ୍ଚା ପକ୍ଷରୁ ବ୍ଲକ ସମ୍ମୁଖରେ ଗଣ ଧାରଣ

Sunil Chandra Nayak

Leave a Comment

error: Content is protected !!