ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକ୍ତନ ପ୍ରଶାସକ ବେଣୁଧର ଦାଶଙ୍କୁ ଗୋପବନ୍ଧୁ ଶ୍ରେଷ୍ଠ ପ୍ରଶାସନିକ ସେବା ସମ୍ମାନ

ପ୍ରାକ୍ତନ ପ୍ରଶାସକ ବେଣୁଧର ଦାଶଙ୍କୁ ଗୋପବନ୍ଧୁ ଶ୍ରେଷ୍ଠ ପ୍ରଶାସନିକ ସେବା ସମ୍ମାନ

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ରାଉରକେଲାର ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ବେଣୁଧର ଦାଶ ଙ୍କୁ ଆଇଡ଼ିଏଲ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରାଉରକେଲା ପୌରପାଳିକା ର ପ୍ରାକ୍ତନ କାଉନସିଲର ଭବାନୀ କବି. ରାଜ୍ୟ କର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡ଼ାକ୍ତର ବିଷ୍ନୁପ୍ରିୟା ଦେଇ, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସାମ୍ବାଦିକ ଦେବ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ବେଣୁଧର ଦାଶଙ୍କ ରାଉରକେଲା ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଏହି ଅବସରରେ ଶ୍ରୀ ଦାଶ ଙ୍କୁ “ଗୋପବନ୍ଧୁ ଶ୍ରେଷ୍ଠ ପ୍ରଶାସନିକ ସେବା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା l ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ପ୍ରଶାସନିକ ସେବାରେ ତାଙ୍କର ଅନୁଭୂତି ସମ୍ପର୍କରେ କହିଥିଲେ ଯେ ସମାଜକୁ ନୈତିକ ମୂଲ୍ୟବୋଧ ରେ ବାନ୍ଧି ରଖିବା ତାଙ୍କର ମୂଳଲକ୍ଷ୍ୟ ଥିଲା ବେଳେ ସେ ରାଉରକେଲା ବାସୀଙ୍କ ଠାରୁ ପାଇଥିବା ସ୍ନେହ ଶ୍ରଦ୍ଧା ସହଯୋଗ ସବୁଦିନ ପାଇଁ ମନେରହିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଦେବେନ୍ଦ୍ର ସାହୁ, ସନାତନ ସାହୁ, ସୁବର୍ଣ୍ଣ ଦତ୍ତ, ନରହରି ଦାସ,ଯତୀନ ମହାପାତ୍ର,ଅଛୁ ପ୍ରଧାନ,ଶ୍ରୀନାଥ ନାୟକ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଶ୍ରୀ ଦାଶଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ଗୌରାଙ୍ଗ ଦାଶ, ସରୋଜ ବେହେରା, ଗୁରୁ ଅଲେଖ ସାହାଣୀ. ସୁନିତା ପରିଡା.ଝୁନୁଲତା ସାହୁ,ମିନା ବେହେରା ରାମଚନ୍ଦ୍ର ସାମଲ,କୈଳାଶ ଚନ୍ଦ୍ର ମଲ୍ଲିକ.ସୁରଥ ପରିଡା,ସୁଲତା ସାହୁ ମଧୁସ୍ମିତା ଦାଶ ପ୍ରମୁଖ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସହସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଆରତୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା,ସମାଜ ସେବୀ,ଶିକ୍ଷାବିତ୍ ଓ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବର୍ଷାରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଭୁସୁଡି ପଡିଲା ବିଦ୍ୟାଳୟ ପାଚେରୀ 

masiha

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ

Sunil Chandra Nayak

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!