ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଭୁସୁଡି ପଡିଲା ବିଦ୍ୟାଳୟ ପାଚେରୀ 

ବର୍ଷାରେ ଉପୁଡି ପଡିଲା ତେନ୍ତୁଳୀ ଗଛ, ଭୁସୁଡି ପଡିଲା ବିଦ୍ୟାଳୟ ପାଚେରୀ 

ଡାବୁଗାଁ, ୨୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜାମୁଗୁଡା ଗ୍ରାମରେ ଶନିବାର ଭୋର ସମୟରେ ଏକ ବଡ ତେନ୍ତୁଳୀ ଗଛ ଉପୁଡି ଗ୍ରାମର ମୁଖ୍ୟ ରାସ୍ତାରେ ପଡିଯାଇଛି | ଆଜି ଭୋର ସମୟରେ ଜାମୁଗୁଡା ଗ୍ରାମର ଘେନୁ ଜାନୀ ଙ୍କ ର ଏକ ତେନ୍ତୁଳୀ ଗଛ ଉପୁଡି ପଡି ଗ୍ରାମର ମୁଖ୍ୟ ରାସ୍ତାରେ ପଡିଥିଲା | ଯାହା ଦ୍ଵାରା ଗ୍ରାମବାସୀ ଯାତାୟାତ ରେ ଅସୁବିଧା ହୋଇଥିଲା | ଫଳରେ ଗ୍ରାମବାସୀ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ କେନ୍ଦ୍ର କର୍ମଚାରୀ ଏଲଏଫଏମ ଲଷ୍ମୀଧର ଜାନି, ଏଫଏମଡି ପ୍ରସନ୍ନ ବିଶ୍ଵାଳ, ଆଗ୍ନିକ ଜନ୍ମେଜୟ ପଟେଲ, ନିର୍ମଳ ଚନ୍ଦ୍ର ତରିଆ ଓ ହେମନ୍ତ ମାଝି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିଥିଲେ | ଏହାସହ ଆଜି ମଧ୍ୟାନ୍ନ ରେ ଡାବୁଗାଁ –ପାପଡାହାଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପାଚେରୀ ପ୍ରବଳ ବର୍ଷାରେ ଭୁସୁଡି ପଡିଛି | ବିଦ୍ୟାଳୟର ହଷ୍ଟେଲରେ ପ୍ରାୟ ଜଣ ୪୦୦ରୁ ଊର୍ଦ୍ଧ୍ଵ ଛାତ୍ରୀ ରହି ପାଠ ପଢୁଛନ୍ତି | ବର୍ତ୍ତମାନ ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି | ତେଣୁ ଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଶୀଘ୍ର ପାଚେରୀ ନିର୍ମାଣ କରିବା ଜରୁରୀ ହୋଇ ପଡିଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ବାସୁଦେବ ସାହୁ ଙ୍କ ପରଲୋକ

masiha

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ଦେବା ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ 

masiha

Leave a Comment

error: Content is protected !!