ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ

ରାଉରକେଲା/ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ କବି ମାନଙ୍କୁ ନେଇ ଏକ ପଥପ୍ରାନ୍ତ କବିତା ପାଠୋତ୍ସବ ଭଞ୍ଜ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ନାଗରିକ ସୁରକ୍ଷା କମିଟି ଉପସ୍ଥାପିତ କରିଥିବା ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପ୍ରସଙ୍ଗରେ ୧୧ ଦଫା ଦାବି ଯଥା ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା, ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବା, ରାଉରକେଲା ରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା କୁ ରେଳ ଡିଭିଜନ ଘୋଷଣା କରିବା, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ସଂପ୍ରସାରଣ ଓ ଜିଲ୍ଲାରେ ଏମ୍ ଏସ ଏମ ଇ ର ବିକାଶ ପ୍ରଭୃତି ଦାବି କୁ ନେଇ ସଂଗ୍ରାମ ଜାରି ରଖିଥିବା ନାଗରିକ ସୁରକ୍ଷା କମିଟି ର ଆନ୍ଦୋଳନ କୁ କବିମାନେ ନିଜର କବିତା ରେ ସ୍ଥାନିତ କରିବା ସହିତ ଏହି ପ୍ରସଙ୍ଗଟିକୁ ଏକ ଜନ ଆନ୍ଦୋଳନ ରେ ପରିଣତ କରିବାକୁ କବିତା ମାଧ୍ୟମରେ ଆହ୍ୱାନ କରିଥିଲେ।

ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ସଂଜୀବ ମହାନ୍ତି, ବ୍ରଜେନ୍ଦ୍ର ଦାସ ପ୍ରମୁଖ ନାଗରିକ ସୁରକ୍ଷା କମିଟି ର ଆନ୍ଦୋଳନ ରେ ଜିଲ୍ଲାର କବି ଲେଖକ ସାହିତ୍ୟିକ ନାଟ୍ୟକାର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମାନେ ସାମିଲ ହୋଇଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧ୍ୟାପକ ଡଃ ପ୍ରଭାତ ମଲ୍ଲିକ, ସାହିତ୍ୟିକ ରାଜୀବ ପାଣି, ଡଃ କୃପାସିନ୍ଧୁ ନାୟକ ମଞ୍ଚାସୀନ ରହି ଆଜିର ଆୟୋଜନ ପାଇଁ ନାଗରିକ ସୁରକ୍ଷା କମିଟି କୁ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ପଥପ୍ରାନ୍ତ କବିତା ପାଠୋତ୍ସବ ରେ କବି କୁଞ୍ଜ ବିହାରୀ ରାଉତ ଓ ବିଭୁଦ ପ୍ରସାଦ ନାୟକ ମିଳିତ ସଂଯୋଜନା କରିଥିବା ବେଳେ କଲଚରାଲ ଏକାଡେମୀ, ସ୍ବସ୍ତି ସାହିତ୍ୟ ସଂସଦ, ଆଦର୍ଶ ପାଠାଗାର, ଇସ୍ପାତ ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ, ବାସନ୍ତୀ ପାଠାଗାର, ଧାମରା ସାହିତ୍ୟ ସଂସଦ, ସୁନ୍ଦରଗଡ଼ ଲେଖକ ସାମ୍ମୁଖ୍ୟ,ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ମୀନାକ୍ଷୀ ଧର ଫାଉଣ୍ଡେସନ, ଓଡ଼ିଆ ଭାଷା ବିକାଶ ମଞ୍ଚ,ବାଟ ମଙ୍ଗଳା ସାଂସ୍କୃତିକ ପରିଷଦ,ନବଜ୍ୟୋତି ସାହିତ୍ୟ ସଂସଦ,ମୁର୍ଛନା, ରଶ୍ମିପ୍ରଭା ଓ ଉତ୍କଳ ଗୀତିକବି ସମାଜ ପ୍ରଭୁତି ସଂଗଠନ ମାନଙ୍କ ପକ୍ଷରୁ ପ୍ରତାପ କୁମାର ପଣ୍ଡା,ସ୍ମିତା ମିଶ୍ର, ଉପେନ୍ଦ୍ର କୁମାର ବସ୍ତିଆ, ସାଗର ମହାନ୍ତି, କନକଲତା ମିଶ୍ର,ପ୍ରତାପ ରୁଦ୍ର ତ୍ରିପାଠୀ, ବସନ୍ତ ବିଶ୍ଵକର୍ମା, ସୁଶାନ୍ତ କୁମାର ନାୟକ,ଅଜୟ କୁମାର ମହାନ୍ତି, ବ୍ରାହ୍ମାନନ୍ଦ ପାଢ଼ୀ, କରୁଣାକର ସାହୁ, ଗଙ୍ଗାଧର ପୁହାଣ,ମୋହନ ସିଂହ, ମୀନକେତନ ପଶାୟତ, ସୁଭାଷିନୀ ସାହୁ,ସୁଚିସ୍ମିତା ପଣ୍ଡା, ନୃସିଂହ ଚରଣ ବିଶ୍ଵାଳ, ଡଃ କୃପାସିନ୍ଧୁ ନାୟକ, କୁଞ୍ଜ ବିହାରୀ ରାଉତ,ବିଭୁ ପ୍ରସାଦ ନାୟକ, ସୁମିତ୍ରା ମିଶ୍ର, କଳ୍ପନା ନନ୍ଦ, ଆର୍ତ୍ତତ୍ରାଣ ମହାପାତ୍ର, ସସ୍ମିତା ପ୍ରଧାନ, ଅର୍ଚ୍ଚନା ପାତ୍ର, ତ୍ରିଲୋଚନ ସ୍ବାଇଁ, ଶଶିଭୂଷଣ ଦାସ, କରୁଣାକର ପାଟ୍ଟଶାଣୀ, ଡଃ ପ୍ରଭାତ ମଲ୍ଲିକ, ଅଭିରାମ ପ୍ରଧାନ, ରାଜୀବ ପାଣି, କାଶୀନାଥ ପାତ୍ର, ପ୍ରକାଶ ସେଠୀ ପ୍ରମୁଖ ବହୁ କବି ଏହି ୧୧ ଦଫା ଦାବି କୁ ନେଇ କବିତା ପାଠ କରିଥିଲା ବେଳେ ଏହି କାର୍ଯ୍ୟକ୍ରମ ରେ ସହରର ବହୁ କବି, ଲେଖକ ସାହିତ୍ୟିକ ଯୋଗ ଦେଇଥିଲେ। ଶେଷରେ ନାଗରିକ ସୁରକ୍ଷା କମିଟିର ସଦସ୍ୟ ଆଇନଜୀବୀ ରାଜ କିଶୋର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ସଚେତନ ନାଗରିକ ମଞ୍ଚର ବଂଧୁମିଳନ ଓ ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!