ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ

ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ

କନ୍ଧମାଳ, ତା, ୨୨/୦୪:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଫେବୃଆରୀ ମାସ ଶେଷ ସପ୍ତାହରୁ ତାପମାତ୍ରା ଅଚାନକ ବୃଦ୍ଧି ପାଇଥିବା ବେଳେ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ସହର ତତଲା ତାୱାରେ ପରିଣତ ହେଲାଣି । ଗ୍ରୀଷ୍ମ ଆରମ୍ଭରୁ ଖରା ଜନସାଧାରଣଙ୍କୁ କଲବଲ କରିବା ଆରମ୍ଭ କରିଥିବାରୁ ଆଗକୁ ଅବସ୍ଥା ଅସମ୍ଭାଳ ହେବାର ଆଶଙ୍କା ଦେଖାଦେଇଛି । ସମଗ୍ର କନ୍ଧମାଳ ଜିଲ୍ଲା ରେ ବ୍ୟାପକ ଜଙ୍ଗଲହାନୀ ସହ ବେଆଇନ ଇଟାଭାଟି ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ପରିବେଶବିତ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ମାଟିରେ ତିଆରି ଇଟାଭାଟି କୁଟୀର ଶିଳ୍ପରେ ପରିଣତ ହୋଇଛି। ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ବାଲିଗୁଡା, କ.ନୂଆଗାଁ, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମାଳମାଳ ଇଟାଭାଟି ଗଢ଼ି ଉଠିଛି । ମାଟି ତିଆରି ଇଟା ବ୍ୟବହାର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କଟକଣା ଜାରି କରାଯାଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ମାଟି ଇଟାଭାଟିକୁ ବେଆଇନ ଘୋଷଣା ସହ ସରକାର ପାଉଁଶ ଇଟାକୁ ପ୍ରୋତ୍ସାହନ ଯୋଗାଇଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ତହସିଲ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ପାଉଁଶ ଇଟା ବଦଳରେ ବେଆଇନ ଇଟାଭାଟି ମାଲିକଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ମିଳୁଛି । ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଛି । ଅନ୍ୟପକ୍ଷେ ଇଟାଭାଟି ମାଲିକ ଚଢ଼ା ଦରରେ ମାଟିଇଟା ବିକ୍ରି କରି ଲାଭବାନ ହେଉଛନ୍ତି । ରାଜ୍ୟ ତଥା ଜିଲ୍ଲା ତଥା ଜିଲ୍ଲା ବାହାର ଶ୍ରମିକଙ୍କୁ ଅଣାଯାଇ ଇଟା ତିଆରିରେ ନିୟୋଜିତ କରାଯାଇଛି । ମାଟିରେ ଇଟା ତିଆରି ପରେ ଜଙ୍ଗଲରୁ ଗଛର କାଠ କାଟି ଇଟା ପୋଡ଼ାଯାଉଛି । ନିୟମିତ ଶହ ଶହ ଟ୍ରାକ୍ଟର ଇଟା ପରିବହନରେ ନିଯୋଜିତ କରାଯାଇଛି । ମାଟି ଇଟାର ଚାହିଦା ଥିବାରୁ ଜିଲ୍ଲାର ଗ୍ରାମାଞ୍ଚଳ ସହ ସହରରେ ଚାଲିଥିବା କୋଠାବାଡ଼ି ନିର୍ମାଣ ପାଇଁ ଆବଶ୍ୟକ ଇଟା ଅଧିକାଂଶ ଇଟା ମାଟି ଇଟାଭାଟିରୁ ଆସୁଛି । ବର୍ଷ ତମାମ୍ ଏଠାରେ ବେଆଇନ ଇଟା ତିଆରି ଚାଲିଛି । ଦିନ ରାତି ଇଟା ତିଆରି ସହ ପାହାଡ଼ ଭଳି ଇଟା ଗଦା କରାଯାଉଛି । କେତେକ ଅସାଧୁ କର୍ମଚାରୀ ଓ ଇଟାଈଟି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁ ବେଆଇନ ଇଟାଭାଟି ଉପରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ ତାଳୁକା ଆଇନ ସହାୟତା କେନ୍ଦ୍ର ତରଫରୁ ମହିଳା ହିଂସା ଏବଂ ଅଶ୍ଳୀଳ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ 

masiha

Leave a Comment

error: Content is protected !!