ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ 

ଭବାନୀପଟଣା, 6/2:- ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଓ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ ତ୍ରୀ-ଦିବସୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଉଦ୍‍ଯାପିତ ହୋଇଯାଇଛି । ଏହି ତ୍ରୀ-ଦିବସୀୟ ଶିବିରର ଶେଷ ଦିବସରେ ପ୍ରଥମେ ପ୍ରାତଃ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଆରମ୍ଭ ହେବାପରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରର ଶେଷ ଦିବସର ପ୍ରଥମ ଶୈକ୍ଷିକ ପ୍ରଶିକ୍ଷଣରେ କଳାହାଣ୍ଡିର ବିଶିଷ୍ଟ ସାମ୍ବାଦିକ, ସ୍ତମ୍ବକାର, ଉମାଶଙ୍କର କର ସ୍ୱେଚ୍ଛାସେବୀ ମାନଙ୍କୁ ଅନୁମୋଦିତ ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଏହାର ଦ୍ୱିତୀୟ ଅଧିବେଶନ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସ୍ୱେଚ୍ଛାସେବୀ ମାନଙ୍କୁ “ଜୀବନରେ ଯୋଗର ଆବଶ୍ୟକତା” ଉପରେ ଆଲୋକପାତ କରିଥିଲେ । ଶ୍ରୀ ଅଜିତ ଉତ୍ତରାୟ ଜିଲ୍ଲା ନିୟୋଜନ ଅଧିକାରୀ କଳାହାଣ୍ଡି ବୃତ୍ତି ପରାମର୍ଶ ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଜିଲ୍ଲା ପୋଲିସ ବିଭାଗର ଶୁଶ୍ରୀ ଭବାନୀ ପ୍ରଧାନ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଅପବ୍ୟବହାର ଉପରେ ମତ ପୋଷଣ କରିଥିଲେ । ଏହି ଶୈକ୍ଷିକ କାର୍ଯ୍ୟକ୍ରମ ପରେ ଏହାର ଉଦ୍‍ଯାପନୀ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର ସଂଜୟ କୁମାର ଶତପଥି ସ୍ୱେଚ୍ଛାସେବୀ ମାନଙ୍କୁ ପୁରଷ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ଉଦ୍‍ଯାପନୀ ଉତ୍ସବରେ ଅନ୍ୟତମ ଅତିଥି ରୂପେ ସି.ପି.ଜି.ସି ମେଜର ଜୟଦେବ ସାହୁ , ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଂଜନ ଖୁଣ୍ଟିଆ , ପ୍ରତାପ ଚନ୍ଦ୍ର ଦାଶ , ସନ୍ତୋଷ ମୁଣ୍ଡ, ରୋଜମେରୀ ଏକ୍କା , ଡ. ପ୍ରିୟ ରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଏବଂ ଶେଷରେ ଶ୍ରୀ ଜୟନ୍ତ ଦଣ୍ଡସନା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁଗାଁ ବ୍ଲକରେ ଶତାଧିକ ସମର୍ଥକଙ୍କ ସହ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ

Sunil Chandra Nayak

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

ଅନୁଷ୍ଠିତ ହେଲା ସିଦ୍ଧି ବିନାୟକ ଆଦର୍ଶ ପବ୍ଲିକ ସ୍କୁଲର ୭ମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ

masiha

Leave a Comment

error: Content is protected !!