ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ। ଜୟପୁରା କାଟେଣି ୨ ରନ୍ ରେ ଚାମ୍ପିଅନ

କାମାକ୍ଷାନଗର (ମନିସ )୦୫/୦୨_ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗ୍ରାମରେ ୧୭ ତମ ବିଶ୍ଵ ଭାରତୀ କ୍ଲବ ତରଫରୁ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ଅଧକ୍ଷ କାର୍ତ୍ତିକ ସାହୁ ଉପସ୍ଥିତ ଥିବା ବେଳେ, ମଞ୍ଚାଧିନ ଅତିଥିଭାବେ ବାଲିକୁମା ପଞ୍ଚାୟତ ପୂର୍ବତନ ସରପଞ୍ଚ ଭରତ ସିଂହ, ସମାଜସେବୀ ପଦ୍ମନାଭ ସିଂହ , ଗ୍ରାମ ୱାର୍ଡ ମେମ୍ବର ଦମୟନ୍ତୀ ସିଂହ, ଗଣମାଧ୍ୟମ ପ୍ରତିନିଧି ଅଙ୍କୁର ସିଂହ, ଜିତେନ୍ଦ୍ର ପାଣି , ପ୍ରସନ୍ନ ପରିଡା ଉପସ୍ଥିତ ଥିଲେ। ବିଶ୍ଵଭାରତୀ ଗ୍ରାଉଣ୍ଡ ରେ ୧୬ଟି ଦଳ ଭାଗ ନେଇ ଥିବା ବେଳେ। ଏହି ମ୍ୟାଚ୍ ୯ ଧରି ଚାଲୁ ରହିଥିଲା। ଅନ୍ତିମ ଦିନରେ ଜୟପୁରା କାଟେଣି ଓ ମହିମା କ୍ରିକେଟ ଟିମ୍ କୁସୁମୁଣ୍ଡିଆ ଏହି ଦୁଇଟି ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇ ଥିଲା। ଏହି ଦୁଇ ଦଳ ମଧ୍ୟରେ ଅତି ଚିତ୍ତାକର୍ଷକ ମ୍ୟାଚ୍ ହୋଇଥିଲା। ପ୍ରଥମ ଇନିସ୍ ଜୟପୁରା କାଟେଣି ୧୫ ଓଭର ବିନି ମୟରେ ୪ ୱିକେଟ ହରାଇ ୧୩୨ ରନ୍ ସଂଗ୍ରହ କରି ଥିବା ବେଳେ ମହିମା କ୍ରିକେଟ ଟିମ୍ କୁସୁମୁଣ୍ଡିଆ ୧୫ ଓଭର ବିନିମୟରେ ୯ ୱିକେଟ ହରାଇ ୧୩୧ ରନ୍ ସଂଗ୍ରହ କରି ପାରି ଥିଲେ। ଯାହାକି ୨ ରନ୍ ରେ ଜୟପୁରା କାଟେଣି ଚାମ୍ପିଅନ ହୋଇଥିଲା ଓ ମହିମା କ୍ରିକେଟ ଟିମ୍ କୁସୁମୁଣ୍ଡିଆ ରନର୍ଶପ୍ ହୋଇଥିଲା। ମ୍ୟାନ ଅଫ୍ ଦି ସିରିଜ ନନ୍ଦ କିଶୋର ସିଂହ, ମ୍ୟାନ ଅଫ୍ ଦି ମ୍ୟାଚ୍ ମିଲନ ବେହେରା ଙ୍କୁ ଦିଆ ଯାଇଥିଲା। ଅତି ସୁନ୍ଦରତା ସହ ଖେଳ ପରିଚାଳନା କରିଥିଲେ ଅଗଷ୍ଟ ସିଂହ ଓ ନରେନ୍ଦ୍ର ସିଂହ। ପରିଶେଷରେ ବିଶ୍ଵ ଭାରତୀ କ୍ରିକେଟ କ୍ଲବ ଉର୍ବେଙ୍ଗୀର ସମସ୍ତ ସଦସ୍ୟ , ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ପ୍ରାଇଜ ବଣ୍ଟନ କାର୍ଯ୍ୟକ୍ରମ କରା ଯାଇ ଥିଲା। ଦର୍ଶକ ମାନେ ଯାହାକି ଏଭଳି ଗେମ ଟୁ ଗେମ୍ ଫାଇନାଲ ମ୍ୟାଚ ଦେଖି ଅତି ଆନନ୍ଦ ସହକାରେ ଖେଳାଳି ମାନକୁ ଉତ୍ସାହିତ କରିବା ସହିତ ଖେଳର ମଜା ଉଠାଇଥିଲେ। ପରି ଶେଷରେ ଶାନ୍ତି ଶ୍ରୁଙ୍ଖଳାର ସହିତ ମ୍ୟାଚ୍ ସମାପନ କରି ନିଜ ନିଜ ଘରକୁ ଯାଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

masiha

ଭିଜି ଟ୍ରଫିରେ ଇଷ୍ଟ୍ ଜୋନ୍ ଟିମ୍‌ରୁ ଖେଳିବେ କେନ୍ଦୁଝରର ସାର୍ଥକ ସ୍ୱୟଂପ୍ରକାଶ

Sunil Chandra Nayak

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ବ୍ରୋଞ୍ଜ

Sunil Chandra Nayak

Leave a Comment

error: Content is protected !!