ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଅଧିନସ୍ଥ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ‌ଦ୍ୱାରା ଜୀବିକା ପରାମର୍ଶ କର୍ମଶାଳା ଆୟୋଜିତ

ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରିଡା ମନ୍ତ୍ରଣାଲୟ ଅଧିନସ୍ତ ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ତଥା କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ର ସହଯୋଗ ରେ ଧର୍ମଗଡ ଡି.ଏମ୍.ଏଲ୍.ଟି. କଲେଜ୍ ଠାରେ ଜୀବିକା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସର ରେ ଶୁଧାଂସୁ ପଣ୍ଡା , ବିନୟ କୁମାର ସାହୁ ଏବଂ ଡି.ଆଇ ସି.ର ଆଇ.ପି.ଓ ସୁବୋତ କୁମାର ବାରିକ ପ୍ରଶିକ୍ଷକ ଭାବରେ ଯୋଗଦେଇ ଥିବାବେଲେ ଗ୍ୟାନ କମ୍ପୁଟର ତଥା ଧର୍ମଗଡ ଡି.ଏମ.ଏଲ୍.ଟି କଲେଜ ର ଚ୍ୟାରମେନ କମଲାକାନ୍ତ ବିହାରୀ ଓ ସଂସ୍କାର ପବ୍ଲିକ ସ୍କୁଲ୍ ର ଚ୍ୟାରମେନ ୟୁଗେଶ ତାଣ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।

ସାମ୍ପ୍ରତିକ ସମସ୍ୟାକୁ କେମିତି ଯୁବଗୋଷ୍ଟି ମାନେ ମୁକାବିଲା କରି ନିଜର ଚରିତ୍ର ଗଠନ ସହିତ ରାଷ୍ଟ୍ର ନିର୍ମାଣରେ କେମିତି ସହାୟକ ହେବେ ତା ସହିତ ସରକାରଙ୍କର ବିଭିନ୍ନ ଉନ୍ନତି ମୁଲକ ଯୋଗଦାନ ରେ ଭାଗିଦାରି ହେବେ ତଥା ନିଜେ କେମିତି ରୋଜଗାର କ୍ଷମ ହେଇପାରିବେ ସେ ଉପରେ ଉପସ୍ଥିତ ପ୍ରଶିକ୍ଷକ ତଥା ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ରେ ଧର୍ମଗଡ ଅଞ୍ଚଳ ର ବିଭିନ୍ନ ଯୁବ ଅନୁଷ୍ଠାନ ର ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜାତୀୟ ସ୍ୱେଚ୍ଛାସେବୀ ଶ୍ରୀ ମହେଶ୍ୱର ସୁନାନୀ ପରିଚାଲନା କରିଥିବା ବେଲେ ରୁଦ୍ର ମହାରଣା ସହଯୋଗ କରିଥିଲେ ଏବଂ ସନାତନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ପରିଶେଷରେ କମଲାକାନ୍ତ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ନବରଙ୍ଗପୁର ପୋଲିସ ପଡ଼ିଆ ଠାରେ “ବିକାଶ ର ଧାରା ଓଡ଼ିଶା ସାରା “କାର୍ଯ୍ୟକ୍ରମ ଉଦ୍‌ଘାଟିତ

Sunil Chandra Nayak

ବଣ୍ଡା ହାରିଆ ଗୁଡା ପ୍ରାଥମିକ ବିଦ୍ୟାଳୟ ଚାଲିଛି ଜଣେ ଶିକ୍ଷକ ରେ 

Sunil Chandra Nayak

Leave a Comment

error: Content is protected !!