ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରାଜବାଟୀରେ ଚାଲିଛି ଦଣ୍ଡକାଳୀ ଚଳଚ୍ଚିତ୍ର ର ସୁଟିଂ 

ଧରାକୋଟ ରାଜବାଟୀରେ ଚାଲିଛି ଦଣ୍ଡକାଳୀ ଚଳଚ୍ଚିତ୍ର ର ସୁଟିଂ 

ଆସିକା, ୮/୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜବାଟୀ ବା ପେଲେଶ ଭିତରେ ନିର୍ମାଣାଧୀନ ଓଡ଼ିଆ ଚଳଚ୍ଚିତ୍ର ଦଣ୍ଡକାଳୀ ର ସୁଟିଂ ଆରମ୍ଭ ହୋଇଛି । ଓଡ଼ିଶାର ବିଶେଷ କରି ଗଞ୍ଜାମ ଜିଲ୍ଲାର ଆଧ୍ୟାତ୍ମିକ ଓ ପାରମ୍ପରିକ ଗଣପର୍ବ ମା କାଳୀ ଙ୍କ ଦଣ୍ଡଯାତ୍ରା ଉପରେ ଏହି ଚଳଚ୍ଚିତ୍ରର କଥାବସ୍ତୁ ଆଧାରିତ । ରାଜଶ୍ରୀ ଘୋଷ ଏହାର ପ୍ରଯୋଜକ ରହିଥିବା ବେଳେ ସୁକାନ୍ତ ବାବୁ ଏହାର କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ରହିଛନ୍ତି । ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶକ,ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶକ, ଅଭିଷିକ୍ତା ମିଶ୍ର କାହଣୀ, ଦିଲିପ ଚୌଧୁରୀ ସଂଳାପ, ଦୀପକ କୁମାର ଚିତ୍ରାଉତ୍ତୋଳନ କରୁଥିବା ବେଳେ ତ୍ରିଲୋଚନ ସ୍ୱାଇଁ ସହ ନିର୍ଦ୍ଦେଶକ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ମହାଶ୍ୱେତା ରାୟ,ସିଦ୍ଧାନ୍ତ ମହାପାତ୍ର,ଉସସି ମିଶ୍ର, ସୂର୍ଯ୍ୟମୟୀ, ଚୌଧୁରୀ ଜୟ ପ୍ରକାଶ ଦାସ, କ୍ରିଷ୍ଣା କର (କେ କେ), ନିହାର ରଞ୍ଜନ ସାମଲ, ଗୁରୁଦେବ, ଶ୍ରୀଧର ମହନ୍ତ,ତୃପ୍ତି ମିରାମିକା, ଉଦିତ ଗୁରୁ,ଏଲି ପାଢ଼ୀ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି । ଗଞ୍ଜାମ ଜିଲ୍ଲାର ଧରାକୋଟ,ଖଲିକୋଟ,କଞ୍ଚଣା, ସାଳବଣ ସମେତ ବିଭିନ୍ନ ପ୍ରାକୃତିକ ପରିବେଶ ରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯିବ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯତ୍ରା ର ପ୍ରଚାର ଓ ପ୍ରସାରରେ ଏହି ଚଳଚ୍ଚିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରକାଶ ଯୋଗ୍ୟ ତିନିମାସ ପୂର୍ବେ ଧରାକୋଟ ରାଜବାଟୀରେ ସୁଟିଂ ସରିଥିବା ଓଡ଼ିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ସଂପ୍ରତି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରି ବେଶ ଲୋକପ୍ରିୟତା ହାସଲ କରିଚାଲିଛି । ଧରାକୋଟ ଅଞ୍ଚଳର ପ୍ରାକୃତିକ ପରିବେଶ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁକୂଳ ରହିଥିବାରୁ ପ୍ରଯୋଜକ ମାନେ ଏହି ଅଞ୍ଚଳରେ ନିଜର ଚଳଚ୍ଚିତ୍ରର ସୁଟିଂ ପାଇଁ ମନ ବଳାଉଥିବା ଦେଖିବାକୁ ମିଳିଛି।

Related posts

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ୪ ଜଣ ଏ (୧) ସହ ଶତ ପ୍ରତିଶତ ସଫଳତା

ମିଶନଶକ୍ତି ଓଡିଆ କବି ସମ୍ମିଳନୀ 

masiha

କାଳଷଣ୍ଢପୁର ଠାରେ ଠିକାଦାର ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!