ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଆସିକା, ୮/୫/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ପକ୍ଷରୁ 10 ବର୍ଷରୁ 19 ବର୍ଷ ବୟସର କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଥାନାରେ ଜୁଭେଣ୍ଟିକା ସେଲ ର ଶୁଭାରମ୍ଭ ହୋଇଛି । ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ, ଇନ୍ସପେକ୍ଟର ଅଞ୍ଜଳି ବେହେରା, ସି ଡି ପି ଓ ସୁନିଲ ପ୍ରଭା ରଥ,ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ସସ୍ମିତା ପଣ୍ଡା ପ୍ରମୁଖ ଆଜିର ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇଥିଲେ । ଉପସ୍ଥିତ ଅଧିକାରୀ ମାନେ ସାଇବର ସୁରକ୍ଷା, କିଶୋର କିଶୋରୀ ନିର୍ଯାତନା ବିଷୟରେ ସଚେତନ ହେବା, ସେମାନଙ୍କ ଡିଜିଟାଲ ଅଧିକାର, ସୁରକ୍ଷିତ ଅନ ଲାଇନ ବ୍ୟବହାର ସହ ପୀଡିତା ଓ ଆଇନ ସହ ସଂଘର୍ଷରତ ଶିଶୁର ସୁରକ୍ଷା ଓ ଅଧିକାର ବିଷୟରେ ସଚେତନ କରାଇବା ସହ ଥାନାରେ ସେମାନଙ୍କ ପ୍ରତି କରାଯାଉଥିବା ସାବଲୀଳ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା । ଆଜିର ବୈଠକରେ ସୁପରଭାଇଯର ସୁଶୀଳା ମଲିକ, ପଦ୍ମାବତୀ ମଲିକ ଙ୍କ ସମେତ ଅଙ୍ଗନୱାଡି କର୍ମୀ, ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।

Related posts

ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁଙ୍କ ଅବସର ଗ୍ରହଣ

Sunil Chandra Nayak

ଚାନ୍ଦି ବାଉଁଶମୂଳ ପଂଚାୟତ ରେ ମାଆ ନିମ ନାହାକାଣୀଙ୍କ ନୂତନ ଗାଦି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

masiha

ଡିଆପାରୀରେ ଅଘଟଣ,ପାଖ ପୋଖରୀ ରେ ବୁଡି ତିନି ବର୍ଷର ଶିଶୁ କନ୍ୟା ମୃତ

masiha

Leave a Comment

error: Content is protected !!