ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସି ପି ଏମ ପ୍ରିମିୟମ ଲିଗ୍ ଫାଇନାଲ ମ୍ୟାଚ ଅନୁଷ୍ଠିତ 

ରାୟଗଡ଼ା=ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ୟୁନିୟନ୍ ଅଫିସ ସମ୍ମୁଖ ପଡ଼ିଆ ଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ସିପିଏମ୍ ପ୍ରିମିୟମ୍ ଲିଗ୍ କ୍ରିକେଟ ଟୁର୍ଣ୍ଣମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣମେଣ୍ଟରେ ମୋଟ ୧୬ଗୋଟି ଦଳ ଭାଗ ନେଇ ଥିଲେ । ଉଦଘାଟିତ ମ୍ୟାଚ୍ ରେ ଜେକେପୁର ନୂଆ ମାର୍କେଟ ସହ ଦେବଦଳା ଦଳର ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚରେ କୋଲନରା ସହ ଜନସେନା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କୋଲନରା ଦଳ ଟସ ଜିତି ପ୍ରଥମେ ଫିଲିଡ଼ିଂ କରିଥିବା ବେଳେ ନିର୍ଦ୍ଧାରିତ ଓଭର ମଧ୍ୟରେ ଜନସେନା ଦଳ ୯୭ ରନ କରିଥିଲେ। ୮ ଓଭର୍ ବିଶିଷ୍ଟ ଏହି ମ୍ୟାଚ୍ ରେ ୯୭ ରନର ଲକ୍ଷ୍ୟ ରଖି କୋଲନୋରା ଦଳ ମାତ୍ର ୯୨ ରନ କରି ସମସ୍ତ ୱିକେଟର ପତନ ଘଟାଇ ଥିଲେ। ବିଜୟ ଲାଭ କରିଥିବା ଦଳ କୁ ଅତିଥିଙ୍କ ଦ୍ଵାରା ୧୫୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଓ ୱିନର ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳ ତରଫରୁ ବିଶ୍ୱଜିତ୍ ଦ୍ବିବେଦୀ, ଯୋଗୋଦେଇଥିବା ବେଳେ ବିଜେଡ଼ିର ବରିଷ୍ଟ ସଂଘଠକ ୱାଇ କଣ୍ଡାବାବୁ,ସମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ କୋଲନରା କ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡୁ, ରାୟଗଡ଼ା ଗ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପି ଗୌରୀଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।ଏହି ସିପିଏମ୍ ପ୍ରୀମିୟମ ଲି କ୍ରିକେଟ ଟୁର୍ଣ୍ଣମେଣ୍ଟଟି ପ୍ରଭାତ କୁମାର ସ୍ବାଇଁ, ଇଶ୍ୱରରାଓ ଇସୁ , ଗୌରପା,ଅନିଲ ଅଧିକାରୀ ଓ ଅନ୍ୟ ଯୁବଗୋଷ୍ଟି ପ୍ରମୁଖ ଆୟୋଜନ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ବସନ୍ତ ବିଶ୍ଵାଳ ପୁରସ୍କାରରେ ପୁରସ୍କୃତ ଡାବୁଗାଁ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ

masiha

ଚକାମଲେନ୍ ନକ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ପରୀକ୍ଷା

masiha

Leave a Comment

error: Content is protected !!