ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣ୍ଡାନାଳି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଘଟଣା,ଶେଷରେ ଧରାପଡ଼ିଲେ ଦୁର୍ନୀତି ଗ୍ରସ୍ତ ପଞ୍ଚାୟତ ଅଧିକାରୀ ଓ ଗ୍ରାମରୋଜଗାର ସେବକ , ଭାନୁ ନାମରେ ଆସିଥିବା ଆବାସ ଗୃହକୁ ଦେଇଥିଲେ ଭାମାକୁ,କ୍ଷତି ପୂରଣ ଭରିବେ ୨ ଅଧିକାରୀ

ହିନ୍ଦୋଳ -25/7 – ହିନ୍ଦୋଳ ଉପଖଣ୍ଡ ର ବିଭିର୍ଣ୍ଣ ପଞ୍ଚାୟତ ରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି କେତେକ ଦୁର୍ନୀତି ଗ୍ରସ୍ତ ଅଧିକାରୀ ମୋଟା ଅଙ୍କର ହାତଗୁଂଜା ନେଇ ଦୁର୍ନୀତି କୁ ପ୍ରଶୟ ଦେଉଥିବା ଦେଖିବାକୁ ମିଳିଛି, ୨ ବର୍ଷ ଭିତରେ 10 ରୁ ଉର୍ଦ୍ଧ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ବନ୍ଧା ହୋଇଥିବା ବେଳେ ଦୁର୍ନୀତି କମିବାର ନାଁ ଧରୁନି,ମନରେଗା କାର୍ଯ୍ୟ ଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି, ଏଭଳି ଏକ ସଂଗୀନ ଅଭିଯୋଗ ଆସିଥିଲା 2019 ମସିହାରେ ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଲି ପଞ୍ଚାୟତ ରେ ଅଭିଯୋଗ କରିଥିଲେ ଜଣେ ପୂର୍ବତନ ସରପଞ୍ଚ ସେହିଦିନ ଠାରୁ ତଦନ୍ତ ଚାଲିଥିଲେ ମଧ୍ୟ ତଦନ୍ତ କୁ ଗୁରୁତ୍ୱ ଦେଉନଥିଲେ କେତେକ ବିଭାଗୀୟ ଅଧିକାରୀ ଶେଷରେ କୋର୍ଟ ଙ୍କ ରାଏ ରେ ଦୁର୍ନୀତି ଧରାପଡ଼ିଛି ଗଣ୍ଡାନାଳି ପଞ୍ଚାୟତ ରେ 2019-20 ଆର୍ଥିକ ବର୍ଷ ରେ ଗାଣ୍ଡନାଳି ପଞ୍ଚାୟତ ର ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିନେଶ ସାମଲ ଓ ଗ୍ରାମରୋଜଗାର ସେବକ ରିତା ସାମଲ ଦୁର୍ନୀତି ର ସବୁ ସୀମା ଟପିଜାଇ ଭାନୁ ନାମରେ ଆସିଥିବା ଘରକୁ ଦେଇଥିଲେ ଭାମାକୁ, ମିନତୀ ଙ୍କ ନାମରେ ଆସିଥିବା ଘରକୁ ଦେଇଥିଲେ ରମାକୁ, ଏପରିକି ଶାଶୁଙ୍କ ଆବାସ ଯୋଜନାର ଗୃହ ଦେଖାଇ ଦେଇଥିଲେ ବୋହୂକୁ, ଗୋଟିଏ କି ଦୁଇଟି ନୁହଁ ଏପରିକି 10 ରୁ ଉର୍ଦ୍ଧ ହିତାଧିକାରୀ ଙ୍କ ଠାରୁ ମୋଟା ଅଙ୍କର ହାତଗୁଂଜା ନେଇ କାଟିଥିଲେ ବ୍ୟାପକ ଅନିୟମିତତା ସେହିପରି ସରକାରୀ ଜାଗାରେ ଆବାସ ତିଆରି କରି ଦିଆଯାଇଥିଲା ସରକାରୀ ଟଙ୍କା ଏମିତି କି ଆଦୌ ଘର ନକରି ହିତାଧିକାରୀ ଙ୍କ ନାମରେ ଟଙ୍କା ହଡପ କରାଯାଇ ଥିଲା ଏହି ଦୁର୍ନୀତି କୁ ଗାଣ୍ଡନାଳି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନବକିଶୋର ରାଉତ ଅଭିଯୋଗ କରିଥିଲେ,ଅଭିଯୋଗ କୁ ଭିତ୍ତି କରି ସେତେବେଳେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଥିଲେ କିନ୍ତୁ ତଦନ୍ତ କୁ ବାଟବଣା କରି କୌଣସି ଆଖିଦୃଶିଆ ପଦକ୍ଷପ ନିଆଯାଇନଥିଲା, ସତେ ଯେମିତି ଦୁର୍ନୀତି କୁ ଘଣ୍ଟ ଗୋଡ଼ାଇ ଥିଲେ ବିଭାଗୀୟ ଅଧିକାରୀ ମାନେ ଯାହାକୁ ନେଇ ଲୋକୟୁତ ରେ ଏକ ମାମଲା ଦା ୟେର କରିଥିଲେ ଶ୍ରୀ ରାଉତ, ଲୋକୟୁତ ଙ୍କ ସତନ୍ତ୍ର ଟିମ ଏହି ଦୁର୍ନୀତି ର ଖୋଲାତାଳ କରିଥିଲେ, ତତ୍କାଳୀନ ଗୋଷ୍ଠୀଉର୍ନୟନ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି, ପଞ୍ଚାୟତ ଅଧିକାରୀ, ଗ୍ରାମରୋଜଗାର ସେବକ ଙ୍କୁ ମଧ୍ୟ କାଠଗଡା କୁ ଟଣାଯାଇଥିଲା, ସବୁ ପ୍ରକାର ତଦନ୍ତପରେ ଲୋକୟୁତ ଜାଣିବାକୁ ପାଇଥିଲେ 10 ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ରେ ବ୍ୟାପକ ଅନିୟମିତତା ହୋଇଛି, ଆଦୌ ଘର ନକରି ୮ ଟି ଆବାସ ଗୃହର ଟଙ୍କା ଉଠାଯାଇଥିବା ବେଳେ ୨ ଟି ଗୃହ ଜଙ୍ଗଲ କିସମ ଓ ସରକାରୀ ଜାଗାରେ ନିର୍ମିତ ହୋଇଛି, କାର୍ଯ୍ୟାନୁଷ୍ଠାନ ସୋରୂପ ଘର ନକରି ୮ ଟି ଆବାସ ଗୃହ ର ଉଠାଯାଇଥିବା ଟଙ୍କାକୁ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକ କ୍ଷତିପୂରଣ ବାବଦକୁ ସେମାନେ ଦେବା ପାଇଁ ଲୋକୟୁତ ନିର୍ଦେଶ ଦେଇଛନ୍ତି ବେଆଇନ ଭାବେ ଘର ବଣ୍ଟନ ଟଙ୍କା ପୈଠ ପାଉ ଉଭୟ ଜିଆରଏସ ଓ ପଞ୍ଚାୟତ ଅଧିକାରୀ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି, ତାସହିତ ଯେଉଁ ଦୁଇଟିଘର ସରକାରୀ ଜାଗାରେ ନିର୍ମାଣ ହୋଇଛି ତାକୁ ଭାଙ୍ଗିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ଲୋକୟୁତ ଏବଂ ସେହି ବାବଦ ଟଙ୍କା ବହନ କରିବେ ଏହି ୨ ପଞ୍ଚାୟତ ଅଧିକାରୀ, ଦୀର୍ଘ ୩ ବର୍ଷ କାଳ ଲଢେଇ କରି ଦୁର୍ନୀତି କୁ ଲୋକଲୋଚନ କୁ ଆଣିପାରିଛନ୍ତି ଶ୍ରୀ ରାଉତ ଏବଂ ଦୁର୍ନୀତି ବିରୁଦ୍ଧରେ ମଧ୍ୟ ଲଢ଼ି ସଫଳ ପାଇଛନ୍ତି, କେବଳ ଗାଣ୍ଡନାଳି ଯେ ଦୁର୍ନୀତି ହୋଇଛି ତନୁହଁ ଦୁର୍ନୀତି ରେ ସମ୍ପୃକ୍ତ ଥିବା ଏହି ୨ ପଞ୍ଚାୟତ ଅଧିକାରୀ ଯେଉଁ ସବୁ ପଞ୍ଚାୟତ ରେ କାର୍ଯ୍ୟ କରିଛନ୍ତି ସମସ୍ତ ପଞ୍ଚାୟତ କୁ ତଦନ୍ତ କରିବା ପାଇଁ ଉପଖଣ୍ଡ ର ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି।

ପ୍ରଦୀପ ସାହୁ, ହିନ୍ଦୋଳ

Related posts

ଶବ ସତ୍କାର ରେ ସମ୍ପର୍କୀୟ ଙ୍କ ଅସହଯୋଗ ଘଟଣା ; ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ବ୍ଲକ ପ୍ରଶାସନ ପିଡୀତଙ୍କ ଘରେ

Sunil Chandra Nayak

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ମୋଟ ୨୬୧ଗୋଟି ଅଭିଯୋଗର ହେଲା ଶୁଣାଣି 

Sunil Chandra Nayak

ଦିଗି ଗ୍ରାମରେ ଚର୍ଚ୍ଚ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ : ନିର୍ମାଣ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା

masiha

Leave a Comment

error: Content is protected !!