ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଦାରିଦ୍ର୍ୟ ମୁକ୍ତ ତଥା ଉନ୍ନତି ଜୀବିକା ଯୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଏବଂ ଗ୍ରାମ ପଞ୍ଚାୟତର ନିଜସ୍ଵ ସମ୍ବଳ ବୃଦ୍ଧି

ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର ୨୫/୦୭/୨୩ // ନବରଙ୍ଗପୁର ର ଡି ପି ଆର ସି ବିଲ୍ଡିଂଗ ରେ ଆଜି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଟି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଆୟୋଜିତ କରିଥିବା ବେଳେ ରାଜ୍ୟଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପଞ୍ଚାୟତିରାଜ ବିଭାଗ ର ପ୍ରଯୋଜନା ରେ ଆୟୋଜିତ ହୋଇଥିଲା। ବୈଠକ ରେ ସାଧନ କର୍ମୀ ସନ୍ତୋଷ କୁମାର ଷଡ଼ଙ୍ଗୀ ତାଲିମ ଦେଇଥିଲେ। ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଦାରିଦ୍ର୍ୟ ମୁକ୍ତ ତଥା ଉନ୍ନତି ଜୀବିକା ଯୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଏବଂ ଗ୍ରାମ ପଞ୍ଚାୟତର ନିଜସ୍ଵ ସମ୍ବଳ ବୃଦ୍ଧି ସମ୍ପର୍କିତ ତାଲିମ ଦିଆଯାଇଥିଲା। ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ର ପଞ୍ଚାୟତ ଗୁଡିକ ର ସରପଞ୍ଚ , ପଞ୍ଚାୟତପିଛା ତିନି ୱାର୍ଡ ସଭ୍ୟ ସଭ୍ୟା ପଞ୍ଚାୟତ ନିର୍ବାହୀ ଅଧିକାରୀ ,ଗ୍ରାମ ରୋଜଗାର ସେବକ ,ଅଙ୍ଗନବାଡି କର୍ମୀ ତାଲିମ ନେଇ ଥିଲେ ।ପଞ୍ଚାୟତ ଗୁଡିକ ନିଜସ୍ୱ ସମ୍ବଳ ଉତ୍ପନ୍ନ କରିବା କୁ କଣ କଣ ଯୋଜନା ହାତକୁ ନେବାକୁ ପଡିବ , କିଭଳି ଉକ୍ତ ଯୋଜନା ଦ୍ୱାରା ପ୍ରତ୍ୟକ୍ଷରେ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରାଯାଇପାରିବ। ଉକ୍ତ ଯୋଜନା ରେ ମହିଳା ସ୍ୱୟଂ ସହାୟକ ଦଳ ର ଭାଗିଦାରୀ ରଖି ସେମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବେ ନେଇ ତାଲିମ ଦିଆ ଯାଇଥିଲା। ଗ୍ରାମ ପୋଖରୀ ନିର୍ମାଣ କରି ମାଛ ଚାଷ କରିବା ,ଷ୍ଟଲ / ଗ୍ରାମ୍ୟ ପାର୍କ କଲ୍ୟାଣ ମଣ୍ଡପ କରି ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ଅନେକ ପ୍ରକଳ୍ପ ହାତକୁ ନେବା ସମ୍ପର୍କରେ ତାଲିମ ଦେଇଥିଲେ। ଯେଉଁମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇ ନାହାନ୍ତି ସେମାନଙ୍କୁ ମୋଘର ଯୋଜନା ରେ ପଞ୍ଜିକରଣ କରିବାକୁ ପ୍ରେରିତ କରିବାକୁ କହିଥିଲେ। ଏହି ଶିବିର ରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ , ଜି ପି ଇ ଓ ମଣ୍ଟୁ ସ୍ୱାଇଁ , ବିପିସି ଉମମହେଶ୍ୱରୀ , ଅଙ୍ଗନବାଡି କର୍ମୀ , ଗ୍ରାମ ସାଥି ମିଶନ ଶକ୍ତି ଏମ ବି କେ ,ସି ଆର ପି ଆଶା କର୍ମୀ ଯୋଗ ଦେଇଥିଲେ ପ୍ରତ୍ୟେକ ପଞ୍ଚାୟତ ର ତିନି ଜଣ ୱାର୍ଡ ସଭ୍ୟ ଯୋଗ ଦେଇଥିଲେ। ଝରିଗୁମ୍ମା ସରପଞ୍ଚ ମନମୋହନ ଦଳପତି , ଦିଗି ସରପଞ୍ଚ କିଶୋର ନାୟକ ,ଦେଓପାଲି ସରପଞ୍ ପ୍ରମିଳା ମୁଦୁଲି ,ଅଞ୍ଚଳଗୁମ୍ମା ସରପଞ୍ଚ ସୁଷମା ପୂଜାରୀ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମଦ ଦୋକାନ ଲାଇସେନ୍ସ ନବୀକରଣ ନକରିବା ପାଇଁ ମଦ ନିବାରଣ ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

masiha

ନର୍ଲା ଠାରେ ସମିତି ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!