ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

ମୟୂରଭଞ୍ଜ – ୨୫/୭ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ତଥା ସୁଲାଇପାଟ ଫାଣ୍ଡି ଅଧିନସ୍ଥ କୁସୁମି ବ୍ଳକର ବଣକାଟି ଗ୍ରାମରେ ଜନୈକା ଯୁବକ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୋମବାର ଦିନ ଅପରାହ୍ନ ୩ ଘଟିକା ସମୟରେ ବଣକାଟି ଗ୍ରାମର ଜହରଲାଲ ମହାନ୍ତ(୪୪) ଘର କାମ କରୁଥିବା ସମୟରେ ଇଲେକ୍ଟ୍ରିକକ ମୋଟର ଦ୍ବାରା ନିଅରୁ ପାଣି ସୁଖାଉଥିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ‌ଖବର ପାଇ ସୁଲାଇପାଟ ଥାନାଧିକାରୀ ଦିଲିପ ବା ରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ‌ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୩ ରୁଜୁ କରିବା ସହ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତକର ଛୋଟ ଛୋଟ ଦୁଇଟି ପୁଅ ଝିଅ ଅଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କ୍ରୀଡା ଶିକ୍ଷକ ଙ୍କ ବିୟୋଗ ରେ ଶୋକସଭା

masiha

ଆସିକା ପୌର ପରିଷଦ ପକ୍ଷରୁ ଉଦ୍‌ଘାଟନ ଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ

Sunil Chandra Nayak

ଖଡ଼ଗ ପ୍ରସାଦ ସ୍ଥିତ ନବ ଲିମିଟେଡ କମ୍ପାନୀ ରେ ଶ୍ରମିକ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକେ ଫାଟକ ଆଗରେ ଧାରଣା

Leave a Comment

error: Content is protected !!