ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୬ ତାରିଖରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ପରିଷଦର ବନ୍ଧୁ ମିଳନ

୧୬ ତାରିଖରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ପରିଷଦର ବନ୍ଧୁ ମିଳନ

ଖଇରା,୧୨/୩/୨୫- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ସରକାରୀ ହାଇସ୍କୁଲର ପୁରାତନ ଛାତ୍ର ପରିସଦର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆସନ୍ତା ତା ୧୬/୩/୨୫ ରିଖ ରିବିବାର ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଉକ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ତଥା ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଗତ ଅଧିବେଶନର ବିବରଣୀ ପାଠ ଓ ଦୃଢିକରଣ, ବିଗତ ବର୍ଷ ମାନଙ୍କରେ ପୁରାତନ ଛାତ୍ର ପରିଷଦର କାର୍ଯ୍ୟାବଳୀ ଉପସ୍ଥାପନ, ପଞ୍ଚସଖା ଶିକ୍ଷା ସେତୁରେ ପୁରାତନ ଛାତ୍ର ମାନଙ୍କର ଏପର୍ଯ୍ୟନ୍ତ କରିଥିବା ସହଯୋଗ ତଥା ଆଗମୀ ଦିନ ପାଇଁ ଯୋଜନା ଓ ଅନୁଦାନ, ନୂତନ କାର୍ଯ୍ୟକାରିଣୀ ସମିତି ପୁନର୍ବିନ୍ୟାସ ଓ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇ ଉତ୍ସବ ପାଳନର ଦିନ ଧାର୍ଯ୍ୟ ହୋଇଥିଲା । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ନିଜ ନିଜର ସୁନ୍ଦର ମତାମତ ପ୍ରଦାନ କରିଥିଲେ । ପ୍ରତିବର୍ଷ ପରିଷଦର ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମସ୍ତଙ୍କ ଆନନ୍ଦ ଦେଇଥାଏ ବୋଲି ସମସ୍ତେ ଖୁସି ଅନୁଭବ କରିଥିଲେ । ସମ୍ପୃକ୍ତ ଅଞ୍ଚଳବାସୀ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅମର୍ଦାରୋଡ ଏସ.ବି.ଆଇ ପକ୍ଷରୁ ଦୃଘଟଣା ବିମା ଯୋଜନାରେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

masiha

ଆରମ୍ଭ ପୂର୍ବରୁ ଗର୍ଜିଲେ ଧାନ ମଣ୍ଡି ଶ୍ରମିକ,କ୍ରୟ ବିକ୍ରୟ ଉପରେ ପଡ଼ିବ ପ୍ରତିକୁଳ ପ୍ରଭାବ 

masiha

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

masiha

Leave a Comment

error: Content is protected !!