ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ ‘ଶିଶୁ ହସିଲେ ସମାଜ ହସିବ’…

ବିଦ୍ୟା ଷ୍ଟଡ଼ି ପଏଂଟ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ ‘ଶିଶୁ ହସିଲେ ସମାଜ ହସିବ’…..

ରାଉରକେଲା: ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଂଟ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଳୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଟାଙ୍ଗରପାଲ୍ଳୀ ଥାନା ଅଧିକାରୀ ନିରଂଜନ ସେଠୀ,ସେକ୍ଟର ୧୯ଥାନା ଅଧିକାରୀ ବୈଦନାଥ ସାହୁ, ସମାଜସେବୀ ଦୀପକ ଦାଶ, ଅଫିସର ସଂଘର ପୁର୍ବତନ ସଭାପତି ବିମଲ କୁମାର ବିଶି, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,ସାମାଜିକ କର୍ମୀ ସୁରେଶ ନାୟକ.ରୋଟାରୀ କ୍ଲବ ଅର୍ବାନର ସଭାପତି ଦେବବ୍ରତ ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଜଂନ ଦାଶ ଯୋଗ ଦେଇଥିଲେ । ଅତିଥି ଭାବେ ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ, ଡ.ବସନ୍ତ କୁମାର ଦାସ,ସରୋଜ ବେହରା (ବୁଢା) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ତନ୍ତୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ,ଶିଶୁ ମାନେ ଦେଶର ସମ୍ପଦ । ତେଣୁ ଶିଶୁଙ୍କୁ ସର୍ବବିଦ୍ଧ ବିକାଶ ପାଇଁ ଉପଲବ୍ଧ ଯତ୍ନ ନିଆଗଲେ ଏକ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଝୋଟି, ଡ଼୍ରଇଁ,ପ୍ରବନ୍ଧ, ରଙ୍ଗୋଲି, ମେହେନ୍ଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମଂଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲ।। ମଂଚ ପରିଚାଳନା ଶିକ୍ଷକ ଅକ୍ଷୟ କୁମାର ମଲ୍ଳିକ କରିଥିବାବେଳେ ସନାତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ସମଲେଶ୍ୱରୀ ମ୍ୟୁଜିକାଲ ଅର୍କେଷ୍ଟ୍ରା ପକ୍ଷରୁ ମଲୋଡ଼ି ପରିବେଷଣ କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ର ଶେଖର ମୁନୀ,ଅଧ୍ୟାପକ ସୌମ୍ୟ ରଂଜନ କର ସମେତ ଅନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସେକ୍ଟର ୨୨କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଆମ ଓଡିଶା ନବୀନ ଓଡିଶା ରେ ମହାଦୁର୍ନୀତି ଅଭିଯୋଗ,  ଗୋଟିଏ କାର୍ଯ୍ୟ ରେ ଲାଗିଛି ଦୁଇଟି ସୂଚନା ଫଳକ 

masiha

Leave a Comment

error: Content is protected !!