ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜହ୍ନ ରାଇଜରେ ପହଁଚିଲା ଭାରତ  ଏବେ ବି ମୟୁରଭଞ୍ଜ ର ଦୁର୍ଗମ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ନେଇ ଅଂଚଳ ବାସୀଙ୍କ ଅସନ୍ତୋଷ ;ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଜହ୍ନ ରାଇଜରେ ପହଁଚିଲା ଭାରତ 

ଏବେ ବି ମୟୁରଭଞ୍ଜ ର ଦୁର୍ଗମ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ନେଇ ଅଂଚଳ ବାସୀଙ୍କ ଅସନ୍ତୋଷ ;ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

 ମୟୂରଭଂଜ -୧୦/୦୬ — କେନ୍ଦ୍ର ସରକାର ଡିଜିଟାଲ ଭାରତ ନିର୍ମାଣ ସ୍ବପ୍ନ ଦେଖିଥିବା ବେଳେ ବାମନ ଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଚଢେଇପାହାଡି ପଞ୍ଚାୟତ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାଧୀନତା ର 77 ବର୍ଷ ପରେ ମଧ୍ୟ ନେଟୱର୍କ ଅପହଞ୍ଚ । ଅଂଚଳ ବାସୀଙ୍କ ବହୁ ଦାବି ପରେ ଵିଏସ ଏନ୍ ଏବଂ ମୋବାଇଲ ଟାଓ୍ଵାର ଵସିଲା ହେଲେ ନେଟଓ୍ବାର୍କ ବେଲ ।ଚଢେଇପାହାଡି ରେ ବିଏସନାଲ୍ ଟାୱାର ଅଛି କିନ୍ତୁ ଡିଜିଟାଲ ସେବା ପାଇଁ ଉପଯୋଗୀ ହୋଇପାରୁନାହିଁ। ଚଢେଇପାହାଡି ପଞ୍ଚାୟତ ର 22ଟି ଗାଁ ର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।ପଂଚାୟତ କାର୍ଯ୍ୟାଳୟ ରେ ନେଟୱର୍କ ଅପହଞ୍ଚ ଥିବାରୁ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟାନୂୟନ ବାଧାପ୍ରାପ୍ତ ହେଉଛି। ଫୋନ ରେ କଥା ହେବା ପାଇଁ ଟାଣଖରା ରେ କିମ୍ବା ଗଛ ଉପରେ ଚଢ଼ି କଥା ବାର୍ତ୍ତା ହୁଅନ୍ତି ଚଢ଼େଇ ପାହାଡି ପଂଚାୟତବାସୀ।ଚଢ଼େଇ ପାହାଡି ପଞ୍ଚାୟତ ଲୋକମାନେ ଯେପରି ମୈଳିକ ସୁବିଧା ପାଇପାରିବେ, ସେଥିପାଇଁ ଏଠାକାର ସମିତି ସଭ୍ୟା କୁନି ସର୍ଦାର ଅଣ୍ଟା ଭିଡିଛନ୍ତି । ଏହି ଅଞ୍ଚଳ ର ବିଭିନ୍ନ ସମସ୍ୟା ର ସମାଧାନ ଅନେକ ଥର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରିଛନ୍ତି। ବର୍ତ୍ତମାନ ଡିଜିଟାଲ ସେବା ଯୁଗରେ ଅଞ୍ଚଳବାସୀ ମାନେ ଯେପରି ଡିଜିଟାଲ ସେବା ପାଇ ପାରିବେ ସେଥିପାଇଁ କୁନି ସର୍ଦାର ନିର୍ବାଚନ ହେବା ପରେ ପରେ ହଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ଅଞ୍ଚଳବାସୀ ମାନଙ୍କ ସହିତ ବହୁବାର ଜିଲ୍ଲାପାଳ ଙ୍କୁ ଦାବି କରିଆସୁଛନ୍ତି l ଆଜି କୁ ମିଶି 6 ଥର ଜିଲ୍ଲାପାଳ ଙ୍କୁ ନେଟୱର୍କ ବିଷୟରେ ଦାବି ପ୍ରଦାନ କରିଛନ୍ତି l ଯେତେ ଦିନ ପର୍ଯ୍ଯନ୍ତ ଡିଜିଟାଲ ସେବା ପଂଚାୟତ ବାସୀ ପାଇବେ ନାହିଁ କୁନି ସର୍ଦାର ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି lଏଥି ନେଇ ରାଇରଙ୍ଗପୁରସ୍ଥ ଉପଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଭ୍ୟଙ୍କୁ ଭେଟି ଲିଖିତ ଦାବିପତ୍ର ଦେବାସହ ଶିଘ୍ର ପଦକ୍ଷେପ ନେବାପାଇଁ ଅନୁରୋଧ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଂକ୍ରିଟ ରାସ୍ତାର ମହାଦୁର୍ନୀତି , ୪ ମାସ ଭିତରେ କଂକ୍ରିଟ ରାସ୍ତା ଖଣ୍ଡ ଖଣ୍ଡ 

Sunil Chandra Nayak

ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ୧୨ଟି ପଞ୍ଚାୟତ ଅଞ୍ଚଳବାସୀ, ନେଲେ ସାମୁହିକ ଶପଥ

Sunil Chandra Nayak

ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ

Sunil Chandra Nayak

Leave a Comment

error: Content is protected !!