ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

 ରାଉରକେଲା- ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲା ଓ ଦୀପିକା ଇଂରାଜି ମାଧ୍ୟମ ବିଦ୍ୟାଳୟ ସହଯୋଗ ଦ୍ଵାରା ଦୀପିକା ଇଂରାଜୀ ମାଧ୍ୟମ ବିଦୟାଳୟର ଲାଇବ୍ରେରୀ କକ୍ଷରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ଗୃହୀଣିମାନଙ୍କ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନଙ୍କ ପାଈଁ ଏକ ଗୃହ ସୁରକ୍ଷା ସଚେନତା କର୍ମଶାଳା ଅନୁଷ୍ଟିତ ହୋଇଯାଇଛି। ଏହି ସଚେତନ କର୍ମଶାଳାରେ କେମିତି ଉପାୟରେ ରନ୍ଧନ ଗ୍ୟାସ ସିଲିଣ୍ଡରକୁ ବ୍ୟବହାର କରିବା, କିଭଳି ଭାବେ ନିଜେ ଓ ନିଜ ଘରକୁ ସୁରକ୍ଷା ଦେଇପାରିବେ, ଘରର ବୈଦ୍ୟତ୍ୟୁକ୍ ସାମଗ୍ରୀର ବ୍ୟବହାର କେମିତି ଉପାୟରେ କରିବା, ବିଜୁଳି ମାରିବା ସମୟରେ କଣ ପଦକ୍ଷେପ ନେବା ଏବଂ ଘରେ ନିଆଁ ଲାଗିଲେ କେମିତି ନିଜକୁ ସୁରକ୍ଷା କରିବା ସଙ୍ଗେ ସଙ୍ଗେ ଘରକୁ ସୁରକ୍ଷା ଓ ନିଆଁ କୁ ଆୟତ କରିପାରିବା ଓ ସ୍ଵାସ୍ଥ୍ୟ ଜନିତ ସମସ୍ୟା ଓ ଜରୁରୀ କାଳୀନ ପରିସ୍ଥିତିର କେମିତି ନିଜକୁ ସୁରକ୍ଷିତ ରଖିବା ଓ ତାର ମୁକାବିଲା କରିପାରିବା ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା। ଶେଷରେ ରନ୍ଧନ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ, ଘରେ ବିଜୁଳି ତାରରେ ନିଆଁ ଲାଗିଲେ ଓ ନିଆଁ ଲାଗିଲେ କେମିତି ଉପାୟରେ ତାକୁ ଲିଭା ଯାଇପାରିବ ତାର ଏକ ଡେମୋ ବା ଅଭ୍ୟାସ କରାଯାଇଥିଲା ଓ ଗୃହିଣୀ ମାନେ ମଧ୍ଯ ତାହାର ଅଭ୍ୟାସ କରିଥିଲେ। ଉକ୍ତ ସଚେତନ କର୍ମଶାଳାରେ ପରିଷଦର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ଅତିଥି ପରିଚୟ କରିବା ସଙ୍ଗେ ସଙ୍ଗେ ଅଂଶଗ୍ରହଣ କରିଥିବା ସମସ୍ତ ଗୃହିଣୀମାନଙ୍କୁ ସ୍ବାଗତ କରିଥଲେ। ଏହି କର୍ମଶାଳା ର ମୂଖ୍ୟଅତିଥି ଭାବେ ଭରତ ଭୂଷଣ ମହାନ୍ତି, ଅବସର ପ୍ରାପ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ଓ ନିଜ ଅଭିଭାଷଣରେ ସେ କହିଥିଲେ ଏହିପରି କର୍ମଶାଳା ଗୃହିଣୀ ମାନଙ୍କ ପାଇଁ ବାସ୍ତବ କର୍ମମୟ ଜୀବନରେ ବେଶ୍ ଉପାଦେୟ ହୋଇପାରିବ ଓ ପରିଷଦ ର ଏହିଭଳି ସଚେତନ କର୍ମଶାଳା କରୁଥିବାରୁ ପରିଷଦକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପ୍ରବୀଣ ଶର୍ମା ଅଧ୍ୟକ୍ଷ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏହିଭଳି କାର୍ଯ୍ୟକ୍ରମ ନିଜ ବିଦ୍ୟାଳୟ ରେ ହେଉଥିବା ଯୋଗୁଁ ଖୁସି ବ୍ୟକ୍ତ କରିବା ସହିତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ଯ ଅନୁରୂପ କାର୍ଯ୍ୟକ୍ରମ କରାଯାଉ ବୋଲି ପରାମର୍ଶ ଦେଇଥିଲେ। ଏହି ସଚେତନ କର୍ମଶାଳାକୁ ବେସାମରିକ ପ୍ରତିରକ୍ଷା ବାହିନୀର ମାଷ୍ଟର ଟ୍ରେନର ଶୁଭେନ୍ଦୁ ପଣ୍ଡା ସମସ୍ତ ଗୃହିଣୀ ମାନଙ୍କୁ ବିସ୍ତୃତ ଭବେ ଆଲୋଚନ କରିବା ଓ ତାଲିମ ଦେବା ସଙ୍ଗେ ସଙ୍ଗେ ସୁଚାରୁ ରୂପେ ପରିଚାଳନା ମଧ୍ଯ କରିଥିଲେ ଓ ବେସାମରିକ ପ୍ରତିରକ୍ଷା ବାହିନୀ ର ସ୍ବେଚ୍ଛାସେବୀ ସୁଦାମ ଚନ୍ଦ୍ର ସ୍ବାଇଁ, ମଣ୍ଟୁ ଭୋଇ, ଅଜିତ ପ୍ରାସାଦ ଓ ସତ୍ୟଜିତ ସାହୁ ସହଯୋଗ କରିଥିଲେ। ଉକ୍ତ ସଚେତନ କର୍ମଶାଳାକୁ ସଫଲ ରୂପାୟନ ଦେବାରେ ପରିଷଦର ଗୃହିଣୀ ସଦସ୍ୟ ଡକ୍ଟର କିଶୋରୀ ଦାସ, ଡକ୍ଟର ସୌଭାଗ୍ୟ ମଞ୍ଜରୀ ଦାସ, ସନ୍ତୋସିନୀ ଭଇଁଶା, ରିନା ଜାଲ, ସଂଯୁକ୍ତା ପଲେଇ , ଅଳକା ମିଶ୍ର, ସୁଶ୍ରିତା ମହାପାତ୍ର, ବନ୍ଦିତା ନାଥ ଓ ଅନ୍ୟ ଗୃହିଣୀ ମାନଙ୍କ ବିଶେଷ ସହଯୋଜ ରହିଥିଲା । ଶେଷରେ ଏହି କର୍ମଶାଳାରେ ଶତାଧିକ ଗୃହିଣୀ ଙ୍କ ଉପସ୍ଥିତି, ବିଦ୍ୟାଳୟର ଅଧ୍ୟକ୍ଷ ଓ ତାଙ୍କର ସମସ୍ତ କର୍ମଚାରୀ ଓ ପରିଷଦ ର ସଦସ୍ୟ ମାନଙ୍କ ସହଯୋଗ ରେ ସମ୍ପାଦନ ହୋଇଥିବାରୁ ପରିଷଦ ର ଜନକଲ୍ୟାଣ ସମ୍ପାଦକ ଡକ୍ଟର ସୁବୋଧ ମେହେର ଧନ୍ୟବାଦ୍ ଅର୍ପଣ କରିଥଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ କୃଷି ବଜାର କୁ ନେଇ ପ୍ରଶିକ୍ଷଣ ଶିବିର

masiha

ମଦ ଦୋକାନ ବିରୋଧରେ ଆନ୍ଦୋଳନ ଚେତାବନୀ ଦେଲା ବାଲିବୋ ଗୋ-ସେବା ସଙ୍ଗଠନ

masiha

ଡିୱାଇଏଫଆଇ ର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୦ ଓ ରାଜ୍ୟ ସମ୍ମିଳନୀ ଆସନ୍ତା ୩୦ ରେ …

Sunil Chandra Nayak

Leave a Comment

error: Content is protected !!