ମତ୍ସ୍ୟ ଓ ପ୍ରାଣୀ ସମାବେଶ ରେ ୨ ଟି ବ୍ଲକରୁ ୪୦ ଜଣ ଚାଷୀ ଙ୍କ ଭୁବନେଶ୍ଵର ଯାତ୍ରା
ଡାବୁଗାଁ, ୧୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଓ କୋଷାଗୁମୁଡା ବ୍ଲକ ରୁ ଭୁବନେଶ୍ଵର ଜନତା ମଇଦାନ ଠାରେ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଯୋଗ ଦେବା ନିମନ୍ତେ ୨ ଟି ବ୍ଲକରୁ ୪୦ ଜଣ ଜଣ ଚାଷୀ ଭୁବନେଶ୍ଵର ଅଭିମୁଖେ ଶୁକ୍ରବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି | ଡାବୁଗାଁ ବ୍ଲକ ର ମତ୍ସ୍ୟ ବିଭାଗ ର ୧୦ ଜଣ ଓ ପ୍ରାଣୀ ବିଭାଗର ୧୦ ଜଣ ଓ କୋଷାଗୁମୁଡା ବ୍ଲକ ରୁ ମତ୍ସ୍ୟ ବିଭାଗ ର ୧୦ ଜଣ ଓ ପ୍ରାଣୀ ବିଭାଗର ୧୦ ଜଣ ଲେଖାଏଁ ମୋଟ ୪୦ ଜଣ ମହିଳା ଓ ପୁରୁଷ ଚାଷୀ ୧ ଟି ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି | ବସରେ ଚାଷୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ୨ ଟି ବ୍ଲକ ର ୪ ଜଣ ନୋଡାଲ ଅଧିକାରୀ ରହିଛନ୍ତି | ଏହି ଯାତ୍ରା ସମୟରେ ଡାବୁଗାଁ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମନୋରଞ୍ଜନ ମାଝି ଓ ସଙ୍ଗୀତା ସାମଲ, ପ୍ରାଣୀଧନ ନିରିକ୍ଷକ ନିରାକାର ମାଝି ଓ ସୁକେଶ ଶିରା ପ୍ରମୁଖ ଚାଷୀ ଙ୍କ ସହିତ ଉପସ୍ଥିତ ଥିଲେ |