ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଉଡି ଗୁରୁ ଶ୍ରୀଯୁକ୍ତ କବୀର ଚନ୍ଦ୍ର ବେହେରା ସମ୍ବର୍ଦ୍ଧିତ 

ଲଉଡି ଗୁରୁ ଶ୍ରୀଯୁକ୍ତ କବୀର ଚନ୍ଦ୍ର ବେହେରା ସମ୍ବର୍ଦ୍ଧିତ 

କଟକ : ବୟାଳିଶମୌଜା ଯାଦବ ମହାସଭା ପକ୍ଷରୁ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସାଳଗାଁ ନେଳିଆ ନିବାସୀ ଲଉଡି ମାଷ୍ଟର କବୀର ଚନ୍ଦ୍ର ବେହେରାଙ୍କୁ କଳା ସଂସ୍କୃତି ଲଉଡି ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ “ଆଦର୍ଶ ଲଉଡି ଗୁରୁ” ସମ୍ମାନରେ ସମ୍ମାନିତ କରାଯାଇଛି । ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଏବଂ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରା ତାଙ୍କ ମାନପତ୍ର ମଞ୍ଜୁର ପ୍ରଦାନ କରିଛନ୍ତି । ଯଶୋଦା ଗାର୍ଡେନରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରାଙ୍କ ଉପସ୍ଥିତିରେ କବୀର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ସମରଜିତ୍ ବେହେରା,ନନ୍ଦଲାଲ୍ ସିଂ, ପ୍ରସାଦ କୁମାର ଦାସ,ସମ୍ପାଦକ ସୁବୋଧ କୁମାର ବେହେରା,କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା,ଉପସଭାପତି ଆର୍ତ୍ତତ୍ରାଣ ବେହେରା,କାର୍ଯ୍ୟକାରୀ ସଭାପତି ତରୁଣ ବେହେରା,ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରା,ଯୁବ ସମ୍ପାଦକ ପ୍ରିତିରଞ୍ଜନ କାଠୁଆ,ନିଆଳି ସଭାପତି ଗୋପାଳ ଚନ୍ଦ୍ର ବେହେରା, ସାଲେପୁର ସଭାପତି ଅନନ୍ତ ଗୋପାଳ ଦାସ,କଟକ ସଦର ସଭାପତି ବିନୋଦ ବେହେରା,୪୨ ମୌଜା ସଭାପତି ସାମ୍ୱାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା,ଆନନ୍ଦ ବେହେରା, ସାଗର ବେହେରା,ହୃଦାନନ୍ଦ ବେହେରା,କେଦାର କୃଷ୍ଣ ବେହେରା ଓ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ 

ଦିଲ୍ଲୀରେ ପୁଣିଥରେ ଚମକିଲା ଗଞ୍ଜାମ ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ରାୟଗଡ ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳିତ ।  “ସମାଜର ସବୁଠାରୁ ଅବହେଳିତ ଓ ଦୁର୍ବଳତମ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଓଠରେ ହସ ଫୁଟାଇବା ଆରମ୍ଭ କରିଛି ଲୋକଙ୍କ ସରକାର -ମାନ୍ୟବର ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!