ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ସୃଜନର ଅମୃତ ସ୍ୱର ଅମ୍ନିକା ମହାନ୍ତି 

ଶିଶୁ ସୃଜନର ଅମୃତ ସ୍ୱର ଅମ୍ନିକା ମହାନ୍ତି 

କଟକ : ଆଜିର ଶିଶୁ କାଲିର ନାଗରିକ,ଶିଶୁ ହସିଲେ ଦୁନିଆ ହସିବ ତେଣୁ ଆମେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ସହ ସେମାନଙ୍କ ସ୍ବପ୍ନ,ଇଛା ତଥା ଶିଶୁ ସୃଜନକୁ ଅନୁଭବ କରି ସେହି ଦିଗରେ ତାଂକୁ ଉତ୍ସାହିତ ବା ପ୍ରେରଣା ଦେବା ଜରୁରୀ । ଏହାହିଁ ବିକାଶର ବାସ୍ତବ ଚିତ୍ର ଓ ଆମ ସମୟର ଆହ୍ଵାନ । ସେହି ମାନଙ୍କର ଶାରୀରିକ,ମାନସିକ,ବୌଦ୍ଧିକ ତଥା ସାମାଜିକ ସ୍ତରରେ ବିକାଶ ଘଟିବା ଆବଶ୍ୟକ । ଛାତ୍ରାୟାଣାମ ଅଧ୍ୟୟନହଃ ପରମ ତପହଃ ନ୍ୟାୟରେ ନିଜର ଶିକ୍ଷା ସହ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଆଦିରେ ଆଗ୍ରହ ପ୍ରକାଶ କରି ଅଧୁନା ପ୍ରତିଯୋଗୀତା ମୂଳକ ସମୟରେ ଖୁବ କୃତୀତ୍ଵ ଅର୍ଜନ କରି ବିଦ୍ୟାର୍ଥି ମାନଂକ ମଧ୍ୟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମେଧା ପ୍ରତିଭାମୟୀ ଅମ୍ନିକା ମହାନ୍ତି । ପିତା ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଙ୍ଗଠକ ଡକ୍ଟର ଅମରେନ୍ଦ୍ର ମହାନ୍ତି ଓ ମାତା ଧର୍ମପ୍ରାଣା ସାଗ୍ନିକା ସିଂଙ୍କ ଅମୀୟ ଅଙ୍କ ମଣ୍ଡନ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉପକଣ୍ଠ ନାହଙ୍ଗ ଗ୍ରାମରେ ୨୦୦୯ ମସିହାରେ ଜନ୍ମ ଗ୍ରହଣ କରନ୍ତି ଏହି ଶିଶୁ ପ୍ରତିଭା ଜଣକ । ତାଙ୍କ ଜେଜେଙ୍କ ନାମ ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି ଓ ଯେଜେମାଙ୍କ ନାମ ଆଦର୍ଶ ନାରୀ ଶ୍ରୀମତୀ ପ୍ରତିଭା ରେଣୁବାଳା ମହାନ୍ତି । ପିଲାଟି ଦିନରୁ ତାଙ୍କର ପାଠପଢା ପ୍ରତି ଯେତିକି ଆଗ୍ରହ ଠିକ ସେମିତି ଚିତ୍ରକଳା,ପ୍ରବନ୍ଧ ଲିଖନ,ବକ୍ତୃତା ଓ ସଂଗୀତ ବିଶେଷ କରି ଓଡ଼ିଶୀ ନୃତ୍ୟ ଆଦି ଅନେକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି । ସେ ସେଣ୍ଟ ଜୋହନସ୍ ପବ୍ଲିକ ସ୍କୁଲ ଚେନ୍ନାଇ ଦଶମ (ସିବିଏସଇ) ଶ୍ରେଣୀର ମେଧା ଛାତ୍ର ଭାବେ ଚଳିତ ବର୍ଷ ୨୦୨୫ ମାଟ୍ରିକ ପରୀକ୍ଷାରେ ୯୬.୪ ଶତକଡା ମାର୍କ ରଖି ସ୍କୁଲ ତଥା ଆମ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି । ଅମ୍ନିକା ଆଜି ଯେ କୌଣସି ଚିତ୍ରକଳା ବା ଦୃଶ୍ୟ ରାଜିର ନିଖୁଣ ଭାବେ ଖୁବ୍ ଚିତ୍ତାକର୍ଷକ ଚିତ୍ର ଆଙ୍କି ଚିତ୍ରକଳା ଜଗତରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି । ଗୀତାର ବଜାଇବାରେ ମଧ୍ୟ୍ୟ ଖୁବ୍ ସଫଳତା ଅର୍ଜନ କରିଛନ୍ତି । ଆଜି କାଲି ଦୁନିଆଁରେ ପିଲା ମାନେ ଖବର କାଗଜ ପଠନ ପ୍ରତି ଆଗ୍ରହ ନଥିବା ବେଳେ ଏହି ଶିଶୁ ପ୍ରତିଭା ଜଣକ ପତ୍ର ପତ୍ରିକା ପଢ଼ିବାରେ ଖୁବ୍ ରୁଚି ରଖିଛନ୍ତି । ସ୍କୁଲର ପାଠ୍ୟ ଖସଡ଼ା ଅନୁଯାୟୀ ପଢ଼ିବା ସହ ଅନଲାଇନରେ ସମସ୍ତ ପ୍ରତିଯୋଗିତାରେ ଭାଗନେବା ଏବଂ ମାଟ୍ରିକ ପରୀକ୍ଷାରେ ଖୁବ୍ ସଫଳତା ଅର୍ଜନ ନେଇ ରାଜ୍ଯ ଏବଂ ରାଜ୍ୟ ବାହାର ବହୁ ସଙ୍ଗଠନ ଶୁଭେଚ୍ଛା ଜ୍ଞାପନ ସହ ତାଙ୍କର ଉତ୍ତରୋତ୍ତର କାମନା କରଯାଇଛି । ତାଙ୍କ ଚିତ୍ରାଙ୍କନ ମାଧ୍ୟମରେ କରୋନା ଭୂତାଣୁ ସମ୍ବନ୍ଧୀୟ ଜନ ସଚେତନତା,ପରିବେଶ ସୁରକ୍ଷା ବାର୍ତା,ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିତ୍ର ଲିପି ଖୁବ୍ ପ୍ରଶଂସନୀୟ ଆଉ ସମାଜ ପାଇଁ ଶିକ୍ଷଣୀୟ ବାର୍ତା ପ୍ରଦାନ କରେ । ସେ ତାଂକ ପିତାଙ୍କ ମହାନ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃକ୍ଷରୋପଣ,ବିଭିନ୍ନ ସେବାକାର୍ଯ୍ୟ, ଜନ ଜାଗରଣ ଏବଂ ପ୍ରକୃତି ସୁରକ୍ଷା ଦିଗରେ ମଧ୍ୟ ଖୁବ୍ ଯତ୍ନଶୀଳ ହେବ ସହିତ ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରନ୍ତି । ଭବିଷ୍ୟତରେ ଜଣେ ଖ୍ୟାତି ସମ୍ପନ୍ନ ଦକ୍ଷ ଯନ୍ତ୍ରୀ ହେବାର ବୃହତ୍ ଆଶା ପୋଷଣ କରିଛନ୍ତି । ଖୁବ୍ କମ୍ ବୟସରୁ ତାଙ୍କ ବହୁମୁଖି ପ୍ରତିଭା ଓ ଉନ୍ନତ ଚିନ୍ତାଧାରା ପାଇଁ ତାଙ୍କ ସାଙ୍ଗସାଥୀ,ଗୁରୁଜନ ବର୍ଗ,ବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଗର୍ବିତ ଆଉ ଏହି ଦିଗରେ ତାଙ୍କୁ ଉତ୍ସାହ ପ୍ରଦାନ ପୂର୍ବକ ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ମାତା ଏବଂ ପିତା ଉଭୟ ସାଙ୍ଗରେ ନେଇ ବହୁ ପ୍ରତିଯୋଗିତା ବା କାର୍ଯ୍ୟକ୍ରମ ମାନଙ୍କରେ ଭାଗ ନେବାର ସୁଯୋଗ ଦେଇଛନ୍ତି ଏଣୁ ସାଧାରଣରେ ଏହି ମହତ କାର୍ଯ୍ୟକୁ ଖୁବ ପ୍ରଶଂସା କରାଯିବା ସହ ସବୁ ଅଭିଭାବକ ମାନେ ଏହିପରି ପିଲା ମାନଙ୍କ ଆଗ୍ରହ,ଉତ୍ସାହ ଦେବା ଜରୁରୀ । ଏହି କୁନି ପ୍ରତିଭାଙ୍କ ସ୍ବପ୍ନ ହେଉ ସଫଳ ସମଲବ୍ଧ ଆଉ ଶୁଭଙ୍କର,ତାଙ୍କ ପିତା ମାତାଙ୍କର କଠିନ ପରିଶ୍ରମ ହେଉ ସାକାର ଏବଂ ପ୍ରତିଭାର ବାସ୍ତବ ପରିଚୟ ସ୍ଵରୁପ ଏହି ଶିଶୁ ପ୍ରତିଭା ପ୍ରତିଯୋଗୀ ମୂଳକ ସମୟରେ ସମାଜରେ ନିଜର ସ୍ଵତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏତିକି ପ୍ରାର୍ଥନା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରୂପଶ୍ରୀ

masiha

ନବରଙ୍ଗପୁର ଜିଲ୍ଲାରେ ପାଳିତ ହେବ “ଓଡ଼ିଆ ପକ୍ଷ-୨୦୨୬”: ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

Leave a Comment

error: Content is protected !!