ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ : ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦଘାଟିତ

କନ୍ଧମାଳ :23/04/23(ମନିସ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡ଼େମି ଓ ଜିଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବର ଉଦଘାଟନି ଉତ୍ସବରେ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଆଶିଷ୍ ଇଶ୍ୱର ପାଟିଲ୍ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମିର ସଂପାଦକ ପ୍ରବୋଧ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ ଉପରେ ଆଲୋକପାତ କରିଥିଲେ। ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାସୀ ଲୋକ ନୃତ୍ୟ ଓ ସଙ୍ଗୀତ ଉପରେ ଆଧାରିତ ଏହି ମହୋତ୍ସବର ପ୍ରଥମ ଦିନରେ ବାଲିଗୁଡ଼ାର ଡ଼ାକୁଲ୍ ନୃତ୍ୟ , ମୟୁରଭଞ୍ଜର ସାନ୍ତାଳି ନୃତ୍ୟ , ଗଜପତି ଜିଲାର ଲାଞ୍ଜିଆ ସୌରାଜ ନୃତ୍ୟ , ବରଗଡ଼ର ଆଦି ଧୁନ୍ , ସୁନ୍ଦରଗଡ଼ର କିସାନ ନୃତ୍ୟ , କୋରାପୁଟ ଜିଲାର ପରଜା ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲାର ଆଦିବାସୀ ଲୋକନୃତ୍ୟ ଓ ସଙ୍ଗୀତର କଳାକାର ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସଙ୍ଗୀତ ନାଟକ ଏକାଡ଼େମିର ସଂପାଦକ ଶ୍ରୀ ରଥ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଦେଖି ଦର୍ଶକ ମାନେ ବିଭୋର ହୋଇଥିଲେ।

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

Sunil Chandra Nayak

ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

Sunil Chandra Nayak

କେନ୍ଦୁଝରର ସୁକେଶୀ ଓରାମଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ

Sunil Chandra Nayak

Leave a Comment

error: Content is protected !!