ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

ତିର୍ତ୍ତୋଲ : – ପବିତ୍ର ଇଦ-ଉଲ-ଫିଦର ପର୍ବ ପାଳନ ଉପଲକ୍ଷେ , ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନ , ମୂଳିସିଂ ଓ ବିରିତୋଳ ପଞ୍ଚାୟତ ଚଳଚଞ୍ଚଳ ହୋଇଉଠିଛି ! ଏଠାରେ ଥିବା ମୂଳିସିଂସ୍ଥିତ ଐତିହାସିକ ସାହିମସଜିଦ, ମଦରସା ନିକଟସ୍ଥ ନୂତନ ମସଜିଦ , ବିରିତୋଳ ହଁସୁଆନଦୀ ତଟସ୍ଥିତ ମସଜିଦ ରସୁଲପୁରର ବସ୍ତି ମସଜିଦ ଓ କବରଖାନା ର ପ୍ରାର୍ଥନା ଗ୍ରାଉଣ୍ଡରେ , ସାମୁହିକ ନମାଜପାଠ , ସହିତ ପରସ୍ପର ମଧ୍ୟରେ କୋଳାକୋଳି ହୋଇ,,, ଓ ହାତମିଳାଇ, ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ମୁସଲିମ ସମ୍ପ୍ରଦାୟ ର ଭାଇଭଉଣୀ ମାନେ ମିଳିମିଶି ପାଳନ କରିଥିବାର ଦେଖିବାକୁ ମିଳିଥିଲା ! ସମଗ୍ର ବିଶ୍ୱରେ ପରସ୍ପର ମଧ୍ୟରେ ଭାଇଚାରାକୁ ସୁଦୃଢ କରିବା ସହିତ ଶାନ୍ତି-ମୈତ୍ରୀ ଓ ସଂହତି କୁ ବଜାୟ ରଖିବାପାଇଁ ଆଜିର ଶୁଭଦିନରେ ଆମ୍ଭେମାନେ ଆଲ୍ଲାଙ୍କୁ ପ୍ରାର୍ଥନା କରି, ନମାଜପାଠ କରୁଛୁବୋଲି , ରସୁଲପୁର ମୁସଲିମବସ୍ତିର ମୁରବି ଓ ବିଶିଷ୍ଟ ସମାଜସେବୀ ତମିଜଉଦ୍ଦିନ ଲାଲାଭାଇ ଆହ୍ୱାନ ଦେଇଥିଲେ ! ମୌଲବୀ ଶେଖ ବିୟାଜତ ହସେନ, ଅଜହରୀ ପତ୍ୟାକ୍ତା ରହେମନ , ତମିଜ ଉଦ୍ଦିନ , ଶେଖ ରଵାମୀ ଓ ଯୁବସମାଜସେବୀ ଜରବକତ ଖାଁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ଥାନୀୟ ସରପଞ୍ଚ ରମାମଣି ଦାସ ଓ ଯୁବନେତା ଅଶ୍ୱିନୀ ଦାସ ଏହି ଅବସରରେ ସମସ୍ତଙ୍କୁ ଇଦ ଉଲ ଫିଦର ର ଅଭିନନ୍ଦନ ଜଣାଇଥିଲେ ! ଠିକ ସେହିପରି ମୂଳିସିଂ ସାହି ମସଜିଦର ମୌଲବୀ ଏସ କେ ଆସିପ , ମହତମ ସଜନ , ଶେଖ ଜାବିର ହୋସେନ, ଶେଖ କରିମ ଉଦ୍ଦିନ , ଓ ଜାୟକ ହୋସେନ ପ୍ରମୁଖ ପରସ୍ପର ମଧ୍ୟରେ କୋଳାକୋଳି ହୋଇ ଖୁସି ମନାଇଥିଲେ !ଅପରପକ୍ଷରେ ମୂଳିସିଂ ମଦରସା ପାର୍ଶ୍ୱରେ ନୂତନ ମସଜିଦ ରେ ମଧ୍ୟ ଏହି ସମୂହ ନମାଜପାଠ ସହିତ ଶୋଭାଯାତ୍ରା ଆଦି ଆୟୋଜିତ କାର୍ଯ୍ୟକ୍ରମ ରେ ଜାବିର ଉଦ୍ଦିନ , ମୌଲବୀ ଜ୍ୱାବେତ କରିମ , ସମସର ରହେମନ , କବିରଉଦ ଜମାନ , ଓ ଶେଖ ୱାହୀଦ ଉଦ୍ଦିନ ପ୍ରମୁଖ୍ହ ସକ୍ରିୟ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ନୀଳମଣି କଲେଜରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ

masiha

କାଶିଆବେଡାରେ ପୋଖରୀରେ ଚାଷୀ ମୃତ

Sunil Chandra Nayak

ସହରବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ , କଟକ ରେଳଷ୍ଟେସନକୁ ଓଏମପି-ଶିଖରପୁର ହେବ ମୁଖ୍ୟ ପ୍ରବେଶ ଦ୍ବାର

Leave a Comment

error: Content is protected !!