ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ “ବୀର ବିର୍ସା ମୁଣ୍ଡା ଵୃଦ୍ଧାଶ୍ରମ’ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ 

ରାଇରଙ୍ଗପୁରରେ “ବୀର ବିର୍ସା ମୁଣ୍ଡା ଵୃଦ୍ଧାଶ୍ରମ’ ରେ ୭୮ ତମ ସ୍ବାଧିନତା ଦିବସ ପାଳିତ 

 ମୟୂରଭଞ୍ଜ -୧୫/୦୮ ( ମସିହା)ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଭୁକ୍ତ ପୁରୁଣାଘାଟୀ ଗ୍ରାମର ୨୦୨୩ ଡିସେମ୍ବରରେ ଅଜିମ ପ୍ରେମଜୀ ଫାଉଣ୍ଡେସନ ଏବଂ ହେଲପ୍ ଇଣ୍ଡିଆ ତରଫରୁ ମୟୂରଭଞ୍ଜ ଜିଲ୍ଲାର “ରୁରାଲ ଡେଭେଲପମେଣ୍ଟ ଆକ୍ସନ ସେଲ “ସଂସ୍ଥା ସହଯୋଗରେ ‘ “ଵୟୋଦୟ” ବୃଦ୍ଧାଶ୍ରମ ଏକ ଅସ୍ଥାୟୀ ଘରେ ଚାଲି ଆସୁଛି ।” ଆର ଡି ଏ ସି” ଅନୁଷ୍ଠାନର ସଂପାଦକ ବିଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲୁ ରହିଛି ।ଏହାର ମେନେଜର ଶ୍ରୀମତୀ ରଞ୍ଜିତା ଲେଙ୍କା ଦାୟିତ୍ଵରେ ଅଛନ୍ତି । ଗୁରୁବାର ଦିନ ଏହି ବୃଦ୍ଧାଶ୍ରମରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ତଥା ଵର୍ଷିଆନ ଓକିଲ ଶ୍ରୀ ରସାନନ୍ଦ ଲେଙ୍କା(୯୨) , ସମ୍ମାନିତ ଅତିଥି ଅବସରପ୍ରାପ୍ତ ଏସଡିଏମଓ ଡାଃ ପି ଏସ ମାଣିକେଶ୍ଵରୀ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।ସମାଜରେ ବୟସ୍କମାନେ ଅଲୋଡା ନୁହନ୍ତି । ସେମାନଙ୍କ ଅଭିଜ୍ଞତା କୁ ନେଇ ଆଗକୁ ବଢ଼ିବାକୁ ପଡ଼ିବ । ସେମାନଙ୍କୁ ସମ୍ମାନ ଏବଂ ସୁସ୍ଥତାର ର ସହ ବଞ୍ଚିବାକୁ ଦିଆଯିବା ଉଚିତ୍ ।ପରେ ସମସ୍ତଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।ଏହି ଵୃଦ୍ଧାଶ୍ରମରେ ୩୫ ଜଣ ଅସହାୟ ମହିଳା ଏବଂ ୧୫ ଜଣ ବୟସ୍କ ପୁରୁଷଙ୍କ ଖାଇବା,ପିଇବା ରହିବା ବୁଝାଯାଉଛି ।କାର୍ଯ୍ୟକ୍ରମ ପରିଚାଳନାରେ ସଂଯୋଜିକା ପ୍ରମିଳା ରାଜ,ଏ ଏନ୍ ଏମ ମସଙ୍ଗା ସିଂ, ସୁଭାଷିନୀ ଲୋହାର,ଶକୁନ୍ତଳା କାରୁଆ, ଇନ୍ଦ୍ରଜିତ ବେହେରା, ଚନ୍ଦ୍ରଶେଖର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ସ୍ଵତନ୍ତ୍ର ବୈଠକ

masiha

Leave a Comment

error: Content is protected !!