କୋଲନରା ବ୍ଲକ ର ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ ମନମୁଖୀ ଶାସନ କୁ ରାୟଗଡା ଜିଲ୍ଲା ପ୍ରଶାସନ ଆଖିରେ କଳା ପଟି ବାନ୍ଧି ଚୁପ ରହିଛି
ରାୟଗଡା -କୋଲନରା ବ୍ଲକ — ବିଭିନ୍ନ କାର୍ଯ୍ୟରେ ଲୋକେ ବ୍ଲକ କାର୍ଯ୍ୟାଳୟ କୁ ଆସିଲେ ତଳେ ନ ବସି ଷ୍ଟିଲ ଚେୟାର ରେ ବସିବା ସହିତ ଥକ୍କା ମେଣ୍ଟାଇବା ପାଇଁ ୱାଲ ରେ ଫ୍ୟାନ ମଧ୍ୟ ଲଗାଇ ଥିଲେ ପୂର୍ବତନ ବିଡ଼ିଓ। ଏହା ସହିତ ଥଣ୍ଡା ପାନୀୟ ଜଳ ପିଇବା ପାଇଁ ବ୍ୟବସ୍ଥା ମଧ୍ୟ କରିଥିଲେ। କିନ୍ତୁ ଲୋକେ ଆସି ଏଠାରେ ବସି ଗହଳି ନ କରିବା ପାଇଁ ବର୍ତମାନ ବିଡ଼ିଓ ସେସବୁକୁ କାଢି ନେଇ କେଉଁଠି ଲୁଚାଇ ଦେଲେ। ଲୋକେ କୌଣସି କାମରେ ବ୍ଲକକୁ ଆସିଲେ କାର୍ଯ୍ୟାଳୟ ର ପାହାଚ ରେ ଗରମ ରେ ବସି ଅଧିକାରୀ ଙ୍କ ଆଗମନକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଥିଲେ। ଏଭଳି ସ୍ଥିତି ଦେଖି କର୍ମଚାରୀଙ୍କୁ ପଚାରିବା ରେ ଜଣା ପଡିଥିଲା ଯେ ( ଏମ ସି ସି ) ଲାଗିଛି କହି ଏଭଳି ଚେୟାର ଓ ଫ୍ୟାନ କାଢି ଦିଆ ଯାଇଛି ବୋଲି।କୋଲନରା ବ୍ଲକ କାର୍ଯ୍ୟାଳୟରେ ଲୋକେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଅଦ୍ୟାବଧି ଯେତେ ନିର୍ବାଚନ ହୋଇଛି ଆଗରୁ କେବେ ଏଭଳି କୌଣସି ବିଡ଼ିଓ କରି ନଥିଲେ। କୋଲନରା ବ୍ଲକ ଇତିହାସ ରେ ପ୍ରଥମ ଥର ଏଭଳି ହୋଇଥିଲା ଯେ ଆଦର୍ଶ ଆଚରଣ ବିଧି ବାହାନା କୁ ନେଇ ଲୋକଙ୍କର ଯାତାୟତକୁ ବନ୍ଦ କରିଦିଆ ଯାଇଥିଲା। ତେବେ ଅନ୍ୟ କୌଣସି ବ୍ଲକରେ ଏଭଳି ହୋଇ ନଥିବା ଜାଣି କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି କୌଣସି ଲୋକ କିଛି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ କୁ ଆସିଲେ ତାଙ୍କୁ ବସିବାକୁ ଚେୟାର ତ ନ ଥିଲା କଥା ହେବାକୁ ମଧ୍ୟ ବାରଣ କରା ଯାଉଥିଲା। ଲୋକେବି ଜାଣି ପାରୁ ନଥିଲେ ନିର୍ବାଚନ ଆଚରଣ ବିଧି କଣ , କାହା ପାଇଁ ଓ କେଉଁଠି ଲାଗୁ ହୁଏ ଓ ଏହାର ଅର୍ଥ କଣ ବୋଲି। ସାଧାରଣ ଲୋକେ ଆସି ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ଖୋଜି ପାଉ ନ ଥିଲେ , ସମସ୍ୟା ଜଣାଇ ନ ପାରି ନିରାଶ ହୋଇ ଫେରୁଥିଲେ। କେହି କାହା ସହିତ କଥା ହେଉ ନଥିଲେ। କାହାର ଇଙ୍ଗିତରେ ଏଭଳି କରା ଯାଇଥିଲା ତାହା ଜଣା ପଡୁ ନଥିଲା। ଏପରିକି ଚାଉଳ କାର୍ଡ ହେଉ, ପେନସନ କାମ ହେଉ କିମ୍ବା ମ ନରେଗା କାମ ହେଉ ଲୋକେ ଜିପିଇଓ ଙ୍କ ରୁମ ପାର୍ଶ୍ଵରେ ଥିବା ବାଟଦେଇ କାଳେ ଯିବା ଆସିବା କରିବେ ବୋଲି ସେଠାରେ ତାଲା ପକାଇ ବନ୍ଦ କରି ଦିଆ ଯାଇଛି ଏବେବି ଖୋଲା ଯାଉ ନାହିଁ। ଏଭଳି କାର୍ଯ୍ୟ ଆଗରୁ କେବେ ହୋଇ ନଥିବା ବେଳେ ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ଏଠାରେ ଉଲ୍ଲେଖ ଥାଉକି ବ୍ଲକ କୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କୁ ସମ୍ମାନ ଦେଇ ତାଙ୍କ ସୁବିଧା ପାଇଁ ପୂର୍ବତନ ବିଡ଼ିଓ ଲୋକେ ଏତେ ଦୂରରୁ ଆମକୁ ଭେଟିବାକୁ ଆସୁଥିବାରୁ ତାଙ୍କୁ ବସିବା ପାଇଁ ୪ ସେଟ ଷ୍ଟିଲ ଚେୟାର ପକାଇବା ସହିତ ଫ୍ୟାନ ବ୍ୟବସ୍ଥା କରିଥିଲେ। ଦୂର ଦୁରାନ୍ତରୁ ଆସୁଥିବା ଲୋକେ ପ୍ରଥମେ ଏଠାରେ ବସି ବିଶ୍ରାମ ନେଇ ଥକ୍କା ମେଣ୍ଟାଈବା ପରେ ଯେଉଁ କାମରେ ଆସିଥିଲେ ସେ ଅଧିକାରୀଙ୍କୁ ଭେଟି କାମ ସମ୍ପର୍କରେ ବୁଝି ପଦକ୍ଷେପ ନେଉଥିଲେ । ତେବେ ପୂର୍ବ ସ୍ଥିତି କେବେ ଫେରୁଛି ତାହା ଦେଖିବାକୁ ବାକୁ ରହିଛି। ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ମହୋଦୟା କଥାବାର୍ତା ଠିକ ନଥିବାଯୋଗୁ ସ୍ଥାନୀୟ ଲୋକେ ଅଫିସ କୁ ଯାଇ ଗୁହାରି କରିବାକୁ ପଛଉଛନ୍ତି, କିଛିଦିନ ତଳେ ତାଙ୍କଖରାପ ବ୍ୟବହାର ଯୋଗୁ ଜଣେ ମହିଳା ଜୁନିଅର ଇଂଜିନିଅର ଅଚେତ ହୋଇ ପଡିଯାଇଥିଲେ, ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ କିଛି ମାନବିକତା ମଧ୍ୟ ନାହି ଫଳରେ ଆଚେତ ଅବସ୍ଥା ରେ ଥିବା ମହିଳା କନିଷ୍ଟ ଇଞ୍ଜିନିଅର ଙ୍କୁ ମେଡିକାଲ କୁ ନେବାକୁ ମଧ୍ୟ କହିନାହାନ୍ତି ତତ ସଙ୍ଗେ ସଙ୍ଗେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଫିସ କୁ ଦୌଡ଼ି ଉପରିସ୍ତ ଅଧିକାରୀ ଜିଲ୍ଲା ପରିଷଦ ମୁଖ୍ୟ ଉର୍ନ୍ନୟନ-କାର୍ଯ୍ୟ ନିର୍ବାହୀଅଧିକାରୀ ଙ୍କୁ କହି ବିନା ତଦନ୍ତ ଓ ବିନା ଜିଲ୍ଲାପାଳ ଙ୍କ ଆଦେଶରେ ଜିଲ୍ଲା ପାଳ ଙ୍କ ଆଖିରେ ଧୂଳି ମାରି ରାତାରାତି ଉକ୍ତ କନିଷ୍ଟ ଇଞ୍ଜିନିଅର ଙ୍କୁ ଡେପୁଟେସନ ମାଧ୍ୟମରେ ତାଙ୍କୁ ଜିଲ୍ଲା ପରିଷଦ ଅଫିସ କୁ ସ୍ଥାନାନ୍ତରିତ କରିଛନ୍ତି ଏଥିରୁ ଜଣାପଡୁଛି ଜିଲ୍ଲା ପାଳ ଙ୍କ ଆଜ୍ଞାତରେ ଜିଲ୍ଲପରିଷଦ ମୁଖ୍ୟ ଉର୍ନ୍ନୟନ -କାର୍ଯ୍ୟ ନିର୍ବାହ ଅଧିକାରୀ ଓ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ମଧୁଚନ୍ଦ୍ରିକା ରେ ଖେଳ ଖେଳିଛନ୍ତି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କ ଆଚରଣ ଏଭଳି ଯେ କୌଣସି ଚାକିରିଆ ଅଭିଯୋଗ କରିବାକୁ ଅଫିସ କୁ ଯାଆନ୍ତି ନାହି ତଥା ବିଭିନ୍ନ ବିଭାଗ ର ଫାଇଲ ତାଙ୍କ ପାଖକୁଗଲେ ଦସ୍ତଖତ ନ କରି ଫେରେ ଇ ଦିଅନ୍ତି ଯାହା ଫଳରେ ବ୍ଲକ ର ଅନେକ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥା ରେ ପଡ଼ିରହିଛି, ଏଇ ସବୁ କାର୍ଯ୍ୟ କାହା ଇଙ୍ଗିତ ରେ କରନ୍ତି ଓ ତଳିଆ କର୍ମଚାରୀ ଙ୍କ ପ୍ରତି ଖରାପ ବ୍ୟବହାର କାହା ଇସାରାରେ କରନ୍ତି ତଦନ୍ତ ସାପେକ୍ଷ ଅଟେ, ଏଭଳି ଅଫିସର ସେ ଯେ 20କିମି ରାୟଗଡା ସହରରେ ରେ ରୁହନ୍ତି କିନ୍ତୁ ନିଜ ବ୍ଲକ କୋଲନର ର ସରକାରୀ ଵାସ ଘରେ ରହନ୍ତିନାହିଁ, ଏଥିରୁ ଜଣାପଡୁଛି ଯେ କୋଲନରା ବ୍ଲକ ର ଉର୍ନ୍ନତି ରେ କେତେ ଇଛୁକ ଅଟନ୍ତି,ଯଦି ଆମେ କେଲିଗୁଡ଼ା ପାଞ୍ଚୟତ ର ବସ୍ ଷ୍ଟାଣ୍ଡ ପାଇଁ ଯାହାବି ଟଙ୍କା ଆସିଛି ତାର ଠିକ ବିନିଯୋଗ ହୋଇପାରିନାହିଁ ତଥା 5T ବିଦ୍ୟାଳୟ ମୁନିସିଙ୍ଗ ଯାଇ ଦେଖିବାପରେ ଜାଣୀହେଲାଯେ ଏହି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ କେତେ ପାରଦର୍ଶିତା ମାନେ ତା ଅର୍ଥାତ ଟଙ୍କା ର ଠିକ ବିନିଯୋଗ କରିଛନ୍ତି, ମୁକୁନ୍ଦପୁର ଘାଟି ଉପରେ ଥିବା ପଂଚାୟତ ଗୁଡିକ ବୁଲିବାକୁ ଆମ ପ୍ରତିନିଧି ଯାଇ ଥିଲେ ଏଇଠି ମଧ୍ୟ ଦୁର୍ନୀତି ର ଗନ୍ଧ ସହ ପାରଦର୍ଶିତା ର ଏସ ଓ ପି କିଭଳି ପଳନ ହୋଇଛି ଭଲ ଭାବେ ଜାଣୀହେଉଛି, ନିଜ କାର୍ଯ୍ୟାଳୟ ର ନିରୀହ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର କରିବା ସହ ଡରେଇ ଧମକେଇ, କର୍ମଚାରୀ ଙ୍କୁ ମାନସିକ ଅତ୍ୟାଚାର କରୁଥିବା ଶୁଣିବାକୁ ମିଳୁଛି ବିଭିନ୍ନ ବିଭାଗ ର ବିଲ ଗୁଡିକୁ ପାସ୍ ନ କରି ବିଭିନ୍ନ ଆଳ ଦେଖାଇ ଆଡେଇ ଦିଅନ୍ତି ତେଣୁ ବୁଦ୍ଧି ଜିବି ମହଲରେ ତାଙ୍କ ବ୍ୟବହାର କୁ ନିନ୍ଦା କରିବା ସହ ଯେଉଁଠି ଦୁର୍ନୀତି ର ଗନ୍ଧ ବାହାରୁଛି ତାହା ଭିଜିଲାନ୍ସ ଦ୍ୱାରା ତଦନ୍ତ କରି ଏଠାରୁ ତାଙ୍କୁ ବଦଳି କରିବା ପାଇଁ ଦାବି ଜୋର ଧରିଛି ନଚେତ ପରବର୍ତୀ ସମୟରେ ବ୍ଲକ ଅଫିସ ଘେରାଉ କରିବା ପାଇଁ ସ୍ଥିର ହୋଇଛି.।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


