ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଖୋଲିବ ରାଜ୍ୟର ପ୍ରଥମ ହାଇଟେକ୍‌ ଆହାର କେନ୍ଦ୍ର

କଟକ ନେତାଜୀ ବସ୍ ଟର୍ମିନାଲରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ କେନ୍ଦ୍ରରେ ମିଳିବ ଭୋଜନ 

ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ…..

ରାଜ୍ୟରେ ଖୋଲିବ ପ୍ରଥମ ହାଇଟେକ ଆହାର କେନ୍ଦ୍ର । କଟକ ନେତାଜୀ ବସ୍ ଟର୍ମିନାଲରେ ଅତ୍ୟାଧୁନିକ କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ କେନ୍ଦ୍ରରେ ମିଳିବ ଭୋଜନ । ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ । କଟକ ନେତାଜୀ ବସ୍ ଟର୍ମିନାଲରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଆହାର କେନ୍ଦ୍ର । ଶୀତତାପ ନିୟନ୍ତ୍ରିତ ଏହି ବିଲ୍ଡିଙ୍ଗରେ ଏକାସାଙ୍ଗରେ ଦେଢ ଶହରୁ ଦୁଇଶହ ଲୋକ ବସି ଖାଇବାର ବ୍ୟବସ୍ଥା କରାଯାଇଛି । ତାରକା ହୋଟେଲ ଢାଞ୍ଚାରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଖାଲି ସେତିକି ନୁହେଁ ଖବରକାଗଜ, ପତ୍ରିକା ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ବ୍ୟବସ୍ଥା ଫୁଲ୍ ଅଟୋମେଟିକ୍ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାକୁ ଯାତ୍ରୀମାନେ ସ୍ୱାଗତ କରିଥିବବେଳେ କଟକର ମାଆ ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦାୟିତ୍ୱ ଦେଇଛି ସିଏମସି ।

କିଛିଦିତ ତଳେ ଇନଷ୍ଟାଗ୍ରାମରେ ଏହାର ଫଟୋ ସେୟାର କରିଥିଲେ ୫ଟି ସଚିବ । ତେବେ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ରାସ୍ତା କାମ କରାଯାଉଛି । ଖୁବଶୀଘ୍ର ଏହାର ଉଦଘାଟନ ହେବ । ସହରର ବାଦାମବାଡ଼ି, ବଡ଼ ଡାକ୍ତରଖାନା, ସିଟି ହସ୍ପିଟାଲ, ଶିଶୁ ଭବନ, ଜଗତପୁର, ମାଲଗୋଦାମ ଆଦି ଅଞ୍ଚଳଗୁଡିକରେ ଆହାର କେନ୍ଦ୍ର ପରିଚାଳିତ ହେଉଛି । ତେବେ ବସଷ୍ଟାଣ୍ଡ ନିକଟରେ ଏହି ଅତ୍ୟାଧୁନିକ ଆହାର କେନ୍ଦ୍ରରେ ଗୋଟିଏ ସ୍ଥାନରେ ଲୋକେ ଆହାର ଯୋଜନାରେ ଭାତ, ଡାଲମା, ଆଚାର ଖାଇବା ସହିତ କାଫେରୁ ଖାଦ୍ୟ କିଣିବାର ସୁବିଧା ପାଇପାରିବେ । ସୁନ୍ଦର ଆଲୋକ ସହ ଦାମୀ ଚୌକି, ଟେବୁଲ, ବେସିନ, ମାଗଣା ଓ୍ୱାଇଫାଇ ସୁବିଧା ମିଳିବ । ଲୋକଙ୍କ ମନୋରଞ୍ଚନ ପାଇଁ ଦୁଇଟି ବଡ଼ ଏଲଇଡି ଡିସପ୍ଲେ ଲଗାଯାଇଛି । ସିଏନବିଟି କାର୍ଯ୍ୟକ୍ଷମ ହେବାପରେ ଏଠାରେ ୧୮୦ଟି ବସର ରହିବା ବ୍ୟବସ୍ଥା କରାଯାଇଛି । ସମସ୍ତ ଯାତ୍ରୀ ଆରାମଦାୟକ ଯାତ୍ର ସହ ଆହାର କେନ୍ଦ୍ରରେ ବସି ଖାଇବାର ସୁଯୋଗ ପାଇବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କେନ୍ଦୁପତ୍ର ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ମୋ-ସରକାର’ ଅଧୀନରେ ଆଉଟ୍‌ସୋର୍ସିଂ ସଂସ୍ଥା। ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!