ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା 

ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା 

ଡାବୁଗାଁ, ୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା କଲ୍ୟାଣୀ ମଣ୍ଡପ ଠାରେ ଡାବୁଗାଁ ପୋଲିସ ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସଚେତନତା କାର୍ଯ୍ୟକ୍ରମ ସୋମବାର ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆଜିଠୁ କାର୍ଯ୍ୟକାରୀ ହୋଇଥିବା ୩ ଟି ଆଇନ ଯଥା:- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ | ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିଲେ ଜିରୋ ଏଫଆଇଆର ଅର୍ଥାତ ଯେ କୌଣସି ଥାନାରେ ଏତଲା ଦାଏର କରାଯାଇପାରିବ | ଏପରିକି ଅନଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସଏମଏସ ଭଳି ଅନଲାଇନ ମୋଡରେ ସମନ ଜାରି କରାଯିବ | ସମସ୍ତ ଜଘନ୍ୟ ଅପରାଧ କ୍ରାଇମ ସିନର ଭିଡିଓଗ୍ରାଫି କୁ ବାଧ୍ୟତା ମୂଳକ କରାଯିବ | ବର୍ତ୍ତମାନ ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବ ସହ ନ୍ୟାୟ ପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ ଅଧିକାରୀ ମାନେ ସଚେତନତା କରିଥିବା ବେଳେ ବରିଷ୍ଠ ନାଗରିକ ନିତ୍ୟାନନ୍ଦ ମହାନ୍ତି ଏହି ବିଷୟରେ ତାଙ୍କର ବକ୍ତବ୍ୟରେ କହିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବ ତହସିଲଦାର ହରିଓମ ଭୋଇ, ସମ୍ମାନୀତ ଅତିଥି ବିଡିଓ ଶରତ ମାଝି, ଆଇନ ସହାୟତା କେନ୍ଦ୍ର ର ବରିଷ୍ଠ ଆଇନିଜୀବୀ ଦିବ୍ୟରଞ୍ଜନ ରାୟପାତ୍ର ଓ ଦିବାନ ସିଂ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ସରପଞ୍ଚ, ବରିଷ୍ଠ ନାଗରିକ ଏବଂ ଜନସାଧାରଣ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦଘାଟିତ

Sunil Chandra Nayak

GTV Bharat Celebrates 8th Anniversary with Grandeur

masiha

ପୂର୍ବତନ ବ୍ଳକ ଅଧ୍ୟକ୍ଷ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!