ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ

ଚଳିତ ବର୍ଷର କଳାହାଣ୍ଡି ଜିଲ୍ଲାର ୦୯ ଜଣ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରତ୍ୟକ ବର୍ଷ ଦିଆଯାଉଥିବା ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି । ତନ୍ମଧ୍ୟରୁ ଅଛନ୍ତି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡ଼ଘୁମେର ଗ୍ରାମର ପାର୍ବତୀ ଗୋପାଳ ଓ ତୁଳସୀରାମ ଗୋପାଳଙ୍କ ସୁପୁତ୍ର ଶ୍ରୀ ସୁଧୀର ରଞ୍ଜନ ଗୋପାଳ । ଧର୍ମଗଡ଼ ବ୍ଲକ ତଥା ଆଖ ପାଖ ଅଞ୍ଚଳକୁ ଯାଇ ବିଭିନ୍ନ ଗ୍ରାମୀଣ ଗୋଷ୍ଠୀ ତଥା ଯୁବ ଅନୁଷ୍ଠାନ ସହଯୋଗ ରେ ଗାଁ ରାସ୍ତା,ସ୍କୁଲ କଲେଜ,ପୋଖରୀ,ଗ୍ରାପ ତଥା ବିଭିନ୍ନ ଅନୁଷ୍ଠାନ ଆଦି ସ୍ଥାନରେ ବୃକ୍ଷରୋପଣ ବ୍ୟବସ୍ଥା,ତଥା ଜଳବାୟୁର ସ୍ଥିରତା ଅଭ୍ୟାସ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ବନଗ୍ନି ସଚେତନତା କାର୍ଯ୍ୟକ୍ରମ,ମୃତ୍ତିକା ସଂରକ୍ଷଣ,ଜଳ ସଂରକ୍ଷଣ,ବନ୍ୟଜନ୍ତୁ ସରୀସୃପ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ପାନୀୟ ଜଳ ବ୍ୟବସ୍ଥା,ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ,ବିଶ୍ୱ ପରିବେଶ ଦିବସ ର ସଚେତନତା ବାର୍ତା ଦେବା ସହ ବନାଗ୍ନି କୁ କିପରି ରୋକି ପାରିବେ ଏସମ୍ଵନ୍ଧ ରେ ଜନ ସଚେତନତା କାର୍ଯ୍ୟକ୍ରମ ମାନ କରିଛନ୍ତି । ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିବାରୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା “ପ୍ରକୃତି ବନ୍ଧୁ ” ପୁରସ୍କାର ପାଇଥିବା ଚର୍ଚ୍ଚା ହେଉଛି । ପରିବେଶ ସୁରକ୍ଷା ରେ ବ୍ରତୀ ହେଉଥିବା ଶ୍ରୀ ସୁଧୀର ରଞ୍ଜନ ଗୋପାଳ ଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟୁଛି ।

 ସୂଚନା ଥାଉ କି ଶ୍ରୀ ସୁଧୀର ରଞ୍ଜନ ଗୋପାଓଳ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ର ଧର୍ମଗଡ଼ ବ୍ଲକ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ “କର୍ତ୍ତବ୍ୟ” ଓ ରିଲାଏନ୍ସ ଫାଉଣ୍ଡେସନ ର ପ୍ରୋଗ୍ରାମ ଫେସିଲେଟର ଭାବରେ କାର୍ଯ୍ୟ କରି ଆସିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ପ୍ରଶିକ୍ଷଣ କର୍ମଶାଳା

Sunil Chandra Nayak

6 year old Odissi Dancer included in India Book of Records.

masiha

*MASSIVE PROTEST BLOCKS RAYAGADA ROAD, COMMUTERS FACE DIFFICULTIES*

masiha

Leave a Comment

error: Content is protected !!