ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋଳଘର କ୍ଲଷ୍ଟର ରେ ସରକାରୀ ବିଦ୍ୟାଳୟ ମୁହାଁ ହେବେ ୫ ରୁ ୧୮ ବୟସର ପିଲା

ଷୋଳଘର କ୍ଲଷ୍ଟର ରେ ସରକାରୀ ବିଦ୍ୟାଳୟ ମୁହାଁ ହେବେ ୫ ରୁ ୧୮ ବୟସର ପିଲା

ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଷୋଳଘର କ୍ଲଷ୍ଟରର ସି. ଆର୍.ସି.ସି. ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ତତ୍ବାବଧାନରେ ବି.ଆର୍.ସି.ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା ଙ୍କ ବଳିଷ୍ଠ ନେତୃତ୍ୱ ରେ ହିଣ୍ଡୁଳା ଗ୍ରାମର ସମସ୍ତ ଯୋଗ୍ୟ ପିଲାମାନଙ୍କୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ହିଣ୍ଡୁଳ। ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସଦାନନ୍ଦ ବସନ୍ତିଆ, ଶିକ୍ଷକ ଟପୁ ସିଂ , ବୁଲୁ ବେହେରା, ଲାବଣ୍ୟ ବେହେରା, ଏସ.ସୁଚିସ୍ମିତା ଦୋରା ପ୍ରମୁଖ ଅଭିଭାବକମାନଙ୍କୁ ଘର ଘର ବୁଲି ଉତ୍ସାହ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଯେଉଁ ପିଲାମାନଙ୍କର ବୟସ ସେପ୍ଟେମ୍ବର ୨୦୨୬ ସୁଦ୍ଧା ୫ ବର୍ଷରୁ ଅଧିକ ସେମାନଙ୍କୁ ଶିଶୁବାଟିକା ଏବଂ ୬ ବର୍ଷରୁ ଅଧିକ ହୋଇଥିବେ ପ୍ରଥମ ଶ୍ରେଣୀ ରେ ଶିକ୍ଷାବର୍ଷ ୨୦୨୬-୨୭ ନାମ ଲେଖାଇବା ପାଇଁ ଘର ଘର ବୁଲି ଅଭିଭାବକମାନଙ୍କୁ ଉତ୍ସାହ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ତଥା ଚଳିତ ଶିକ୍ଷାବର୍ଷ ପାଇଁ ନାମ ଲେଖା ନିମନ୍ତ୍ରଣ କାର୍ଡ ପ୍ରଦାନ କରିଥିଲେ। ସେହିଭଳି ଷୋଳଘର ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ବେହେରା ଓ ନୂତନ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଶବର ଷୋଳଘର ଗ୍ରାମରେ, ରାଇପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ହେମଲତା ନାୟକ ରାଇପୁର ଗ୍ରାମରେ, ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୋବିନ୍ଦ ପୁର ଗ୍ରାମ ରେ , ପି. ୟୁ. ପି. ଏସ ଶିକୁଳି ପଲ୍ଲୀ ର ପ୍ରଧାନ ଶିକ୍ଷକ ଶିକୁଳି ପଲ୍ଲୀ ଗ୍ରାମ ରେ ଓ ନରସିଂହପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ବାଗସିଂ ନରସିଂହପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଗ୍ରହ ର ସହ ଏହି କାର୍ଯ୍ୟକ୍ରମ କୁ ସହୋଯୋଗ କରିଥଲେ।

ସେଥି ପାଇଁ ଓଡ଼ିଶାର ସମସ୍ତ ବିଦ୍ୟାଳୟଗୁଡିକରେ ଆସନ୍ତା ଅପ୍ରେଲ ୨ତାରିଖରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥି ସହିତ ବାହାରେ ଥିବା ୫ ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି । ଏହା ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ ଓ ପିଲାମାନଙ୍କର ଭବିଷ୍ୟତ ଗଠନ ଦିଗରେ ପୂର୍ଣ୍ଣ ସହାୟକ ହେବ ବୋଲି ଶ୍ରୀ ଯୁକ୍ତ ପଣ୍ଡା କହିଛନ୍ତି।  କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ପୁରାତନ “କୁର୍ଲା ବନ୍ଧ” (ଦରଳି ବନ୍ଧ)ରେ ଶ୍ମଶାନ ନିର୍ମାଣକୁ ବିରୋଧ : ପ୍ରଶାସନର ନୀରବତାକୁ ନେଇ କେବିଡି ଓ ଡଙ୍ଗରୀପଡା ଗ୍ରାମବାସୀଙ୍କ ଅସନ୍ତୋଷ

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ବାଢ଼ିଆଟାଙ୍ଗର ଖେଳ ପଡ଼ିଆରେ ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ଖେଜୁରି ଗାଁର ମେଣ୍ଢାକୁ ହରାଇ ବାଗଡେଗା ଗ୍ରାମର‌ ମେଣ୍ଢା ବିଜୟୀ; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!